ନୂଆଦିଲ୍ଲୀ: ବିରୋଧୀଦଳ ନେତା ରାହୁଲ ଗାନ୍ଧିଙ୍କ ଉଦ୍ଦେଶ୍ୟରେ ଖୋଲା ଚିଠି । ୧୬ ବିଚାରପତି, ୧୨୩ ଅବସରପ୍ରାପ୍ତ ପ୍ରଶାସକଙ୍କ ସହ ୨୭୨ ବ୍ୟକ୍ତିଙ୍କ ଚିଠି । ନିର୍ବାଚନ କମିଶନ ଭଳି ସାମ୍ବିଧାନିକ ସଂସ୍ଥାକୁ କଳଙ୍କିତ ପ୍ରୟାସକୁ ନିନ୍ଦା । ଗଭୀର ଚିନ୍ତା ପ୍ରକାଶ କରୁଛୁ, ଗଣତନ୍ତ୍ର ଆଜି ଆକ୍ରମଣର ଶିକାର ଲେଖିଲେ । କେତେକ ରାଜନୈତିକ ନେତା ଉସୁକାଇବାକୁ ଭିତ୍ତିହୀନ ଅଭିଯୋଗ କରୁଛନ୍ତି । ଭାରତୀୟ ସଶସ୍ତ୍ର ବାହିନୀର ବୀରତ୍ୱ ଓ ସାଧନାକୁ ନେଇ ପ୍ରଶ୍ନ କରୁଛନ୍ତି । ନ୍ୟାୟପାଳିକାର ନିରପେକ୍ଷତାକୁ ସନ୍ଦେହ କରି ମତ ଦେଉଛନ୍ତି । ସଂସଦ ଓ ତା’ର ସାମ୍ବିଧାନିକ କାର୍ଯ୍ୟକାରିତାକୁ କଳଙ୍କିତ କରିବାର ପ୍ରୟାସ । ଲୋକସଭାର ବିପକ୍ଷ ନେତା ବାରମ୍ବାର ECI ଉପରେ ଆକ୍ରମଣ କରୁଛନ୍ତି ଲେଖିଲେ ।

ଚିଠିରେ କୁହାଯାଇଛି, ସମାଜରେ ଆମେ ବରିଷ୍ଠ ନାଗରିକ ଓ ଏହା ବିଷୟ ଉପରେ ଚିନ୍ତା ବ୍ୟକ୍ତ କରୁଛୁ ଯେ ଭାରତର ଗଣତନ୍ତ୍ର ଉପରେ ଆକ୍ରମଣ କରାଯାଉଛି । ଏହା ଆକ୍ରମଣ ବଳରେ ନୁହେଁ, ବରଂ ଏହାର ସଂସ୍ଥାଗୁଡ଼ିକ ଉପରେ ବିଷାକ୍ତ ବୟାନବାଜି ଜରିଆରେ କରାଯାଉଛି । କିଛି ରାଜନେତା କୌଣସି ବାସ୍ତବିକ ନୀତି ବିକଳ୍ପ ଉପସ୍ଥାପନ ନକରି ନିଜର ନାଟକୀୟ ରାଜନୀତିକ ରଣନୀତିରେ ଉତ୍ତେଜନପୂର୍ଣ୍ଣ ଓ ଭିତ୍ତିହୀନ ଅଭିଯୋଗର ସାହାରା ନେଉଛନ୍ତି । ୨୭୨ ଜଣ ଏହି ଖୋଲା ଚିଠିରେ ଦସ୍ତଖତ କରିଛି । ଏମାନଙ୍କ ମଧ୍ୟରେ ୧୬ ଜଣ ଅବସରପ୍ରାପ୍ତ ବିଚାରପତି, ୧୨୩ ଜଣ ପୂର୍ବତନ ପ୍ରଶାସକ, ୧୩୩ ଜଣ ଅବସରପ୍ରାପ୍ତ ସୈନ୍ୟ ଅଧିକାରୀ ଓ ୧୪ ଜଣ ପୂର୍ବତନ ରାଷ୍ଟ୍ରଦୂତ ଅଛନ୍ତି । ଭାରତୀୟ ସଶସ୍ତ୍ର ବଳଙ୍କ ସାହାସ ଓ ଉପଲବ୍ଧି ଉପରେ ପ୍ରଶ୍ନ ଉଠାଇ ଛବି ଖରାପ କରିବା, ନ୍ୟାୟପାଳିକାର ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇବ, ସଂସଦ ଓ ଏହାର ପଦାଧିକାରୀଙ୍କ ଉପରେ ପ୍ରଶ୍ନ ଉଠାଇବା ପରେ ଏବେ ପ୍ରତିଷ୍ଠା ଓ ସଚ୍ଚୋଟତା ଉପରେ ଷଡ଼ଯନ୍ତ୍ରକାରୀ ଆକ୍ରମଣ ସହିବାର ପାଳି ଏବେ ଭାରତର ନିର୍ବାଚନ ଆୟୋଗଙ୍କ ଅଛି ।