ଭୁବନେଶ୍ଵର: ଖୁବଶୀଘ୍ର ବଦଳିବ କେନ୍ଦ୍ରାପଡ଼ା ବଳଦେବଜୀଉ ମନ୍ଦିରର ରୂପରେଖ । ବଳଦେବଜୀଉ ପରିକ୍ରମା ପ୍ରକଳ୍ପ ପାଇଁ ଖର୍ଚ୍ଚ ହେବ ପ୍ରାୟ ୧୦୦ କୋଟି ଟଙ୍କା । ବଳଦେବଜୀଉ ପରିକ୍ରମା ପ୍ରକଳ୍ପ ପାଇଁ ପ୍ରାୟ ୧୦୦ କୋଟି ଅଟକଳ କରାଯାଇଛି। ଏହାକୁ ନେଇ ଆଜି ସମୀକ୍ଷା କରି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ।

ଆଇନ ମନ୍ତ୍ରୀ କହିଛନ୍ତି ଖୁବ୍ଶୀଘ୍ର ଫାଇନାଲ ଡିପିଆର ପ୍ରସ୍ତୁତ କରାଯାଇ ଚଳିତ ଆର୍ଥିକ ବର୍ଷରୁ କାମ ଆରମ୍ଭ ହେବ। ମନ୍ଦିରର ସୌନ୍ଦର୍ଯ୍ୟକରଣ ଏବଂ ଭିତ୍ତିଭୂମି ବାବଦକୁ ପ୍ରାୟ ଶହେ କୋଟି ଟଙ୍କାର ବଳଦେବଜୀଉ ପରିକ୍ରମା ପ୍ରକଳ୍ପ ପାଇଁ ସରକାରଙ୍କ ପରିଯୋଜନା। ଏହି ବୈଠକରେ କେନ୍ଦ୍ରାପଡା ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ସହିତ କେନ୍ଦ୍ରାପଡା ଜିଲ୍ଲାପାଳ, ଉପଜିଲ୍ଲାପାଳ, ଏଣ୍ଡାମେଣ୍ଟ କମିଶନର ପ୍ରମୁଖ ଉପସ୍ଥିତ ରହିଥିଲେ । ପ୍ରକଳ୍ପର ରୂପରେଖ ଏବଂ କାର୍ଯ୍ୟନ୍ୱୟନ ନେଇ ଚାଲିଛି ଆଲୋଚନା ହୋଇଥିଲା ।