ମିଡିଆ ସାମ୍ବାଦିକ ସଂଘ ପକ୍ଷରୁ ଭିନ୍ନ ପ୍ରୟାସ “ ଶିଶୁଟିଏକୁ ଗଛଟିଏ “

ଜାତୀୟ ପ୍ରେସ ଦିବସ ଉପଲକ୍ଷେ ପରିବେଶ ସୁରକ୍ଷା ନେଇ ମିଡ଼ିଆ ସାମ୍ବାଦିକ ସଙ୍ଘ ତରଫରୁ ଭିନ୍ନ ପ୍ରୟାସ  “ଶିଶୁ ଟିଏ କୁ ଗଛ ଟିଏ”  । ରାୟଗଡା ଜିଲ୍ଲା ଉତ୍କଳ ମିଡ଼ିଆ ସାମ୍ବାଦିକ ସଙ୍ଘ ତରଫରୁ  ଜାତୀୟ ପ୍ରେସ ଦିବସ ଉପଲକ୍ଷେ ପରିବେଶ ସୁରକ୍ଷା ନେଇ ଭିନ୍ନ ପ୍ରୟାସ “ଶିଶୁଟିଏକୁ ଗଛଟିଏ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାୟଗଡା ସହର ସ୍ଥିତ ଆର.ଏସ.ଇ.ଡବ୍ଲୁ.ସି. ପ୍ରାଥମିକ ବିଦ୍ୟାଳୟର ପ୍ରାୟ ୨୦ ଜଣ ଛାତ୍ରଛାତ୍ରୀଙ୍କୁ ଗୋଟିଏ କରି ଚାରା ବଣ୍ଟନ କରିବା ସହ  ଏହାର ଯତ୍ନ ନେବା ବିଷୟରେ ସଚେତନତା କରାଯାଇଛି। ବର୍ତ୍ତମାନ ବୃକ୍ଷ କଟା, ଜଙ୍ଗଲ ନଷ୍ଟ, କଲକାରଖାନା ଓ ରାସ୍ତା ପ୍ରଶସ୍ତିକରଣ ଫଳରେ ପରିବେଶ ଦୂଷିତ ହେଉଛି । ଏହାକୁ ରୋକିବା ପାଇଁ ସମସ୍ତେ ସଚେତନ ହେବା ସହ ବ୍ୟାପକ ଵୃକ୍ଷରୋପଣର ଆବଶ୍ୟକ ବୋଲି ଉତ୍କଳ ମିଡ଼ିଆ ସାମ୍ବାଦିକ ସଙ୍ଘ ତରଫରୁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି .

ଆଗାମୀ ଦିନରେ ଜିଲ୍ଲାର ପ୍ରତ୍ୟେକ ବିଦ୍ୟାଳୟ ସହ ବିଭିନ୍ନ ସ୍ଥାନ ରେ ଏହିଭଳି ପରିବେଶ ସଚେତନ ଅଭିୟାନ ଚାଲିବ ବୋଲି ସଙ୍ଘ ର ସଭାପତି ଦୟାନନ୍ଦ ଖାଡ଼ଙ୍ଗା ପ୍ରକାଶ କରିଛନ୍ତି . ବରିଷ୍ଠ ଆଇନଜୀବୀ ପ୍ରଦୀପ କୁମାର ଦାଶ, ଉତ୍କଳ ଆଲୁମିନାର ପି.ଆର.ଓ ଅମଜାଦ ଅଲ୍ଲୀ ପରିବେଶ ଉପରେ ଛାତ୍ର ଛାତ୍ରୀ ଙ୍କୁ ସଚେତନ କରିଥିଲେ . ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସନ୍ଧ୍ୟା ରାଣୀ ମିଶ୍ର ଓ ଶିକ୍ଷକମାନେ, ଉତ୍କଳ ମିଡିଆ ସାମ୍ବାଦିକ ସଙ୍ଘ ର ସମ୍ପାଦକ ମନୋଜ ସାହୁ, ଉପଦେଷ୍ଟା କେ. କ୍ରିଷ୍ଣାମୂର୍ତ୍ତି, ଉପ ସଭାପତି  ସନ୍ତୋଷ ଲମତା, ସଭ୍ୟ ବିଭୁ ଶତପଥି, ବି.ଶ୍ରାବଣା ଓ ରୋହିତ ଜେନା ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଲନା କରିଥିଲେ ।