Winter in Odisha: ଧୀରେ ଧୀରେ ବଢୁଛି ଶୀତ । ୧୦ ଡିଗ୍ରୀ ତଳେ କନ୍ଧମାଳ ଜିଲ୍ଲାର ୨ ସହର । ୮ ଡିଗ୍ରୀ ସହ ଦାରିଙ୍ଗବାଡ଼ି ସବୁଠୁ ଥଣ୍ଡା ସହର । ଫୁଲବାଣୀ ତାପମାତ୍ରା ୯.୫ ଡିଗ୍ରୀ । କଟକରେ ୧୪.୪ ଡିଗ୍ରୀ ଓ ଭୁବନେଶ୍ବର ତାପମାତ୍ରା ୧୪.୮ ଡିଗ୍ରୀ ରେକର୍ଡ ।

ଲଗାତାର ଦୁଇ ଦିନ ହେବ, ଭୁବନେଶ୍ୱର ଓ ଫୁଲବାଣୀରେ ତାପମାତ୍ରା ସ୍ୱାଭାବିକ ତୁଳନାରେ ୫ଡିଗ୍ରୀ ତଳେ ରହିଥିବା ହେତୁ ଏଠାରେ ଶୀତ ଲହରୀ ସୃଷ୍ଟି ହୋଇଛି। ଏହାବ୍ୟତୀତ, ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପ୍ରଥମଥର ପାଇଁ ପାରଦ ୬ ଡିଗ୍ରୀ ଛୁଇଁଛି। କୋରାପୁଟର ସେମିଳିଗୁଡ଼ାଠାରେ ତାପମାତ୍ରା ସର୍ବନିମ୍ନ ୬.୩ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ୧୦ ସହରରେ ତାପମାତ୍ରା ୧୨ ଡିଗ୍ରୀ ତଳେ ରେକର୍ଡ ହୋଇଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଜି. ଉଦୟଗିରିରେ ୭, ଦାରିଙ୍ଗବାଡ଼ିରେ ୭.୫, ଫୁଲବାଣୀରେ ୮.୨, ଝାରସୁଗୁଡ଼ା ଓ ଚିପିଲିମାରେ ୧୧ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ସେହିପରି ଭୁବନେଶ୍ୱର ଓ କଟକରେ ତାପମାତ୍ରା ୧୪.୮ଡିଗ୍ରୀ ରହିଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଆସନ୍ତା ୩ ଦିନ ମଧ୍ୟରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ଏହା ପରେ କିଛି କିଛି ସ୍ଥାନରେ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିପାରେ।