ନୂଆଦିଲ୍ଲୀ: ଆଇପିଏଲ୍ର ବରିଷ୍ଠ ଖେଳାଳି ମହେନ୍ଦ୍ର ସଂହ ଧୋନୀ । ସିଏସ୍କେ ସହ ଅନେକ ବର୍ଷ ଧରି ଜଡ଼ିତ ଥିବା ଧୋନିଙ୍କୁ ବର୍ଷକୁ ଥରେମାତ୍ର ଦେଖିବା ପାଇଁ ଫ୍ୟାନ୍ସଙ୍କ ଗହଳି ଲାଗେ । ସବୁବେଳେ ଆଇପିଏଲ୍ ସରିବା ପରେ ଚର୍ଚ୍ଚା ହୁଏ ଯେ, ଆଗାମୀ ବର୍ଷ ଧୋନୀଙ୍କ ଖେଳ ଦେଖିବାକୁ ମିଳିବ ନା ନାହିଁ । ତେବେ ଚେନ୍ନାଇ ସୁପରକିଙ୍ଗ୍ସ ଦଳର ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଆଗାମୀ ଆଇପିଏଲ୍ ସଂସ୍କରଣରେ ଖେଳିବେ କି ନାହିଁ ସେ ନେଇ ବଡ ଘୋଷଣା କରିଛନ୍ତି CSK ମାଲିକ ।

ଯେତେବେଳେ ଧୋନିଙ୍କୁ ଏହି ବିଷୟରେ ପଚରାଯାଉଥିଲା, ସେ ଉତ୍ତର ଦେବା ପାଇଁ କିଛି ସମୟ ମାଗିଥିଲେ। ଏବେ କିନ୍ତୁ CSK ମାଲିକ କାସି ବିଶ୍ୱନାଥନ ପରବର୍ତ୍ତୀ IPL ୨୦୨୬ରେ ଏମ୍ଏସ୍ ଧୋନିଙ୍କ ଖେଳିବାକୁ ନେଇ ଏକ ବଡ଼ ସୂଚନା ଦେଇଛନ୍ତି। IPL ୨୦୨୫ ମହେନ୍ଦ୍ର ସିଂହ ଧୋନି ଏବଂ CSK ପାଇଁ ଏକ ଭଲ ବର୍ଷ ନଥିଲା। ଚେନ୍ନାଇ ସୁପର କିଙ୍ଗସ୍ ଏହି ସିଜିନରେ ୧୦ମ ସ୍ଥାନ ହାସଲ କରିଥିଲା। ଯାହା ଧୋନିଙ୍କ IPL ରୁ ଅବସର ନେବାକୁ ନେଇ କଳ୍ପନାଜଳ୍ପନା ସୃଷ୍ଟି କରିଥିଲା। ତଥାପି, CSK ମାଲିକ କାସି ବିଶ୍ୱନାଥନ ଏବେ ଏହି ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି। ସେ କହିଛନ୍ତି ଯେ, MS ଧୋନି ନିଶ୍ଚିତ ଭାବରେ ପରବର୍ତ୍ତୀ ସିଜିନରେ ଖେଳିବେ।

IPL ୨୦୨୫ରେ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପ୍ରଥମ ଟାଇଟଲ ଜିତିଥିଲା। ଚେନ୍ନାଇ ସୁପର କିଙ୍ଗସ୍ ଶେଷ ସ୍ଥାନରେ ରହି ଦଶମ ସ୍ଥାନରେ ରହିଥିଲା। ଏମଏସ ଧୋନି ମଧ୍ୟ ଏହି ସିଜନରେ ରନ କରିବାରେ ବିଫଳ ହୋଇଥିଲେ। IPL ୨୦୨୫ରେ ଧୋନି ୧୪ଟି ମ୍ୟାଚର ୧୩ ଇନିଂସରେ ୧୯୬ ରନ କରିଥିଲେ । IPLର ୧୮ ତମ ସିଜନରେ ଧୋନିଙ୍କ ସର୍ବୋତ୍ତମ ସ୍କୋର ଅପରାଜିତ ୩୦ରନ ଥିଲା।