କଟକ:- ପୁଣି ରଣଜୀ ମ୍ୟାଚରେ ଓଡ଼ିଶା କ୍ରିକେଟ ଦଳ ନୈରାଶ୍ୟ ଜନକ ପ୍ରଦର୍ଶନ କରିଛି । କଟକ ବାରବାଟୀରେ ଖେଳାଯାଇଥିବା ରଣଜୀ ମ୍ୟାଚରେ ଓଡ଼ିଶା ପରାଜୟ ହୋଇଛି । ଆନ୍ଧ୍ର ପ୍ରଦେଶ ଠାରୁ ଗୋଟିଏ ଇନିଂସ ଓ ୫୦ ରନ୍ରେ ହାରିଲା ଓଡ଼ିଶା । ଆନ୍ଧ୍ର ପ୍ରଦେଶର ୪୭୫ ରନ୍ ଜବାବରେ ଓଡ଼ିଶା ପ୍ରଥମ ଇନିଂସରେ ୧୫୧ ଏବଂ ଦ୍ୱିତୀୟ ଇନିଂସରେ ୨୭୪ ରନ୍ରେ ଅଲଆଉଟ୍ ହୋଇଥିଲା । ଆନ୍ଧ୍ର ପ୍ରଦେଶର ବିଶାଳ ସ୍କୋର ପରେ ଫଲୋଅନ ହୋଇଥିଲା ଓଡ଼ିଶା । ପରେ ଦ୍ୱିତୀୟ ଇନିଂସରେ ଓଡିଶା ପ୍ରାରମ୍ଭିକ ପର୍ଯ୍ୟାୟରେ ଭଲ ପ୍ରଦର୍ଶନ କରିଥିଲେ ସୁଦ୍ଧା ପରାଜୟ ଏଡ଼ାଇବାରେ ବିଫଳ ହୋଇଛି ।
ଆନ୍ଧ୍ର ପ୍ରଦେଶ ଟସ୍ ଜିତିବା ପରେ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଦଳ ପ୍ରଥମ ଇନିଂସରେ ୭ ଓ୍ବିକେଟ ବିନିମୟରେ ୪୭୫ ରନ ସ୍କୋର କରିଥିଲା । ସମସ୍ତ ବ୍ୟାଟର ଦମଦାର ବ୍ୟାଟିଂ କରିଥିବା ବେଳେ ଶେକ୍ ସରିଦ୍ ୧୪୦ ରନର ଆକର୍ଷଣୀୟ ଇନିଂସ ଖେଲିଥିଲେ । ଏହାର ଜବାବରେ ଓଡିଶା ପ୍ରଥମ ଇନିଂସରେ ସଦୀପ ପଟ୍ଟନାୟକଙ୍କ ଅର୍ଦ୍ଧଶତକ ସତ୍ତ୍ୱେ ମାତ୍ର ୧୫୧ ରନରେ ଅଲଆଉଟ ହେବା ସହିତ ଫଲୋଅନ୍ ହୋଇଥିଲା । ପରେ ଦ୍ୱିତୀୟ ଇନିଂସରେ ଭଲ ଆମ୍ଭ କରିଥିଲା ଓଡିଶା ହେଲେ ପରାଜୟ ଏଡାଇବାରେ ବିଫଳ ହୋଇଛି ଓଡିଶା ଟିମ୍ ।
