ପ୍ରଥମ ସେମି କଣ୍ଡକ୍ଟର ଉତ୍ପାଦନ ୟୁନିଟ୍‌ର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ପ୍ରଥମ ସେମି କଣ୍ଡକ୍ଟର ଉତ୍ପାଦନ ୟୁନିଟ୍‌ର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଇନଫୋଭ୍ୟାଲିରେ ସିକ୍‌ସେମ୍ ପ୍ରାଇଭେଟ୍ ଲିମିଟେଡର ସେମିକଣ୍ଡକ୍ଟର ଫାବ୍ରିକେସନ୍ ୟୁନିଟର ଭୂମିପୂଜନ କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ।‌ ଏହି କାର୍ଯ୍ୟକ୍ରମରେ ରାଜ୍ୟ ସୂଚନା ପ୍ରସାରଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଏବଂ ଭିଡ଼ିଓ କନଫରେନସିକ ଜରିଆରେ ଯୋଡି ହୋଇଥିଲେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଡବଲ ଇଂଜିନ ସରକାରରେ ଓଡିଶାରେ ବିକାଶ ହେଉଛି। ସରକାରଙ୍କ ସ୍ବପ୍ନ ଥିଲା ଉନ୍ନତ ମାନର ଶିଳ୍ପ ଓଡ଼ିଶାକୁ ଆସୁ, ଏବଂ ଏହା ସଫଳ ହେଉଛି।

ରାଜ୍ୟର ପ୍ରଥମ ସେମି କଣ୍ଡକ୍ଟର କେନ୍ଦ୍ରର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ | Chief  Minister lays foundation stone of state's first semiconductor center - Odia  Oneindia

ଭୁବନେଶ୍ୱରର ଯାଆଁଳାରେ ଥିବା ଇନ୍‌ଫୋ ଭାଲିଠାରେ ଏହି ସିକସେମ ସେମିକଣ୍ଡକ୍ଟର ଫାବ ଏବଂ ଏଟିଏମପି ୟୁନିଟର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ଏହା ୨୫ ଏକର ଜମିରେ ସ୍ଥାପନ ହେବ। ଯାହା ୨ ହଜାର କୋଟିର ନିବେଶ ସହ ୧ ହଜାର ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟିକରିବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଓଡ଼ିଶାରେ ଚିପ୍ ଓ ସିପ ତିଆରି ହେବାର ପରିକଳ୍ପନା ଆଜି ବାସ୍ତବ ରୂପ ନେବାକୁ ଯାଉଛି। ଓଡ଼ିଶାକୁ ଦେଶର ସର୍ବଶ୍ରେଷ୍ଠ ୫ ରାଜ୍ୟ ମଧ୍ୟରେ ସ୍ଥାନ ଦେବା ଲାଗି ପ୍ରଧାନମନ୍ତ୍ରୀ ଯେଉଁ କଥା କହିଥିଲେ ସେ ଦିଗରେ ଆମେ ଆଗକୁ ବଢୁଛୁ। ଓଡ଼ିଶାରେ ଚିପ୍ ତିଆରି ଲାଗି ଇନଫୋ ଭ୍ୟାଲି-୨ ରେ ଆଜି ଏକ ୨୦୦୦ କୋଟି ଟଙ୍କାର ଗ୍ରାଉଣ୍ଡ ବ୍ରେକିଂ କରାଯାଇଛି। ସେହିପରି ନିକଟରେ ଗଞ୍ଜାମ ଜିଲ୍ଲାର ବାହୁଦା ସିପ୍ ବା ଜାହାଜ ନିର୍ମାଣ ପାଇଁ ମୁମ୍ବାଇରେ MOU ହୋଇଛି ।

Odisha CM Lays Foundation for State's First Semiconductor Unit