ଚନ୍ଦନପୁର ନାବାଳିକା ଗଣଦୁଷ୍କର୍ମ ମାମଲା: ସଂପର୍କୀୟ ଭାଇ ଓ ଦାଦାକୁ ଗିରଫ କଲା ପୋଲିସ

ପୁରୀ: ଚନ୍ଦନପୁର ନାବାଳିକା ଗଣଦୁଷ୍କର୍ମ ମାମଲାରେ ୨ ଗିରଫ । ସଂପର୍କୀୟ ଭାଇ ଓ ଦାଦାକୁ ଗିରଫ କଲା ଚନ୍ଦନପୁର ପୋଲିସ । କାଳୀପୂଜା ଭସାଣି ଦିନ ଘରେ ପଶି ଦୁଷ୍କର୍ମ କରିଥିଲେ ସଂପର୍କୀୟ ଭାଇ ଓ ଦାଦା । ଉଭୟଙ୍କୁ ଗିରଫ କରି କୋର୍ଟ ପଠେଇଛି ପୋଲିସ ।

ସୂଚନା ଅନୁସାରେ, ଗତ ବୁଧବାର ରାତିରେ ମା’ କାଳୀଙ୍କ ଭସାଣ ଉତ୍ସବ ଚାଲିଥିଲା। ଏଥିପାଇଁ ସମଗ୍ର ବୀରନରସିଂହପୁର ଅଞ୍ଚଳ ଉତ୍ସବମୁଖର ଥିଲା। ନାବାଳିକାଙ୍କ ପରିବାର ଲୋକେ ଭସାଣି ଦେଖିବାକୁ ଯାଇଥିବା ବେଳେ ଘରେ ୧୬ବର୍ଷୀୟା ଝିଅ ଏକାକୀ ଥିଲେ। ଏହାର ସୁଯୋଗ ନେଇ ପାଖ ପଡ଼ୋଶୀ ଘରର ଭାଇ ଏବଂ ଦାଦା ତାଙ୍କ ଘରେ ପଶି ଗଣଦୁଷ୍କର୍ମ କରିଥିଲେ। ଏ ସଂପର୍କରେ ନାବାଳିକା ନିଜ ପରିବାର ଲୋକଙ୍କୁ ଜଣାଇବା ପରେ ଶୁକ୍ରବାର ଚନ୍ଦନପୁର ଥାନାରେ ଏତଲା ଦିଆଯାଇଥିଲା । ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା ରୁଜୁ କରି ସଙ୍ଗେସଙ୍ଗେ ସମ୍ପୃକ୍ତ ଗାଁରେ ଚଢ଼ଉ କରିଥିଲା । ନାବାଳିକାଙ୍କ ସମ୍ପର୍କୀୟ ଭାଇ ଏବଂ ଦାଦାଙ୍କୁ ପୁଲିସ ଥାନାକୁ ଉଠାଇ ଆଣି ପଚରାଉଚରା କରିବା ବେଳେ ଆଜି ଉଭୟଙ୍କୁ ଗିରଫ କରିଛି ପୋଲିସ ।