ଦୁର୍ଗାପୁର: ଦୁର୍ଗାପୁରରେ ଓଡିଆ ଝିଅକୁ ଗଣଦୁଷ୍କର୍ମ ମାମଲାରେ ଆଜି କୋର୍ଟରେ ହାଜର ହେବେ ୪ ଅଭିଯୁକ୍ତ । ରିମାଣ୍ଡ ଅବଧି ଶେଷ ପରେ ଦୁର୍ଗାପୁର କୋର୍ଟରେ ହାଜର ହେବେ ଗିରଫ ୪ ଅଭିଯୁକ୍ତ । ତେବେ ଅଭିଯୁକ୍ତଙ୍କ TI ପ୍ୟାରେଡ୍ ପାଇଁ ଅନୁମତି ଦେଇପାରନ୍ତି କୋର୍ଟ । ଗତ ୧୦ରେ ପଶ୍ଚିମବଙ୍ଗରେ ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ହୋଇଥିଲା ।
ସୂଚନା ଅନୁସାରେ, ଗତ ଅକ୍ଟୋବର ୧୦ ତାରିଖ ସନ୍ଧ୍ୟାରେ ଦୁର୍ଗାପୁରରେ ଏକ ଘରୋଇ ମେଡିକାଲ କଲେଜ ର ଦ୍ୱିତୀୟ ବର୍ଷରେ ପଢ଼ୁଥିବା ଜଣେ ଓଡ଼ିଆ ଏମ୍ବିବିଏସ୍ ଛାତ୍ରୀ ତାଙ୍କ ପୁରୁଷ ବନ୍ଧୁଙ୍କ ସହିତ ହଷ୍ଟେଲ ବାହାରକୁ ଯାଇଥିବା ବେଳେ ଗଣଦୁଷ୍କର୍ମର ଶୀକାର ହୋଇଥିଲେ । ଏହି ଘଟଣାରେ ତାଙ୍କ ପୁରୁଷ ବନ୍ଧୁ ଓ୍ୱାସିଫ୍ ଅଲୀଙ୍କ ସହ ୬ ଜଣଙ୍କୁ ଗିରଫ କରିଛି ଦୁର୍ଗାପୁର କମିଶନରେଟ ପୋଲିସ । ଶୁକ୍ରବାର ରାତିରେ ପ୍ରକୃତରେ କଣ ଘଟିଥିଲା ତାର ସମ୍ପୂର୍ଣ୍ଣ ତଥ୍ୟ ହାସଲ ପାଇଁ ପଚରାଉଚୁରା କରିବ। ପୂର୍ବରୁ ୫ ଅଭିଯୁକ୍ତଙ୍କୁ ୧୦ ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରୁଛି । ସେପଟେ ପୀଡିତା ଏବେ ବି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। କିନ୍ତୁ ଯେତେ ଶୀଘ୍ର ଡାକ୍ତର ଡିସଚାର୍ଜ କରିଦେବେ ସେତେ ଶୀଘ୍ର ଝିଅକୁ ଘରକୁ ନେଇ ଯିବେ ବୋଲି କହିଛନ୍ତି ବାପା ।