ଗୁରନୁରଙ୍କୁ ବ୍ୟାନରୁ ବଞ୍ଚାଇଲେ କି ବିରାଟ୍?

ପଡ଼ିଆରେ ଗରମାଗରମ ମାହୋଲ୍। ମୁହାଁମୁହିଁ ହେଲେ ଭାରତୀୟ ବୋଲର ଗୁରନୁର ବ୍ରାର ଏବଂ ନ୍ୟୁଜିଲାଣ୍ଡ ବ୍ୟାଟର ଟିମ୍ ସେଇଫର୍ଟ। ଆଉ ଦୁହିଁଙ୍କ ମଧ୍ୟରେ ବଢ଼ୁଥିବା ଉତ୍ତେଜନାକୁ ଶାନ୍ତ କରିବାକୁ ମଝିରେ ପଶିଲେ କିଙ୍ଗ୍ କୋହଲି। ଏବେ ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍। ନ୍ୟୁଜିଲାଣ୍ଡ ବିପକ୍ଷ ଚତୁର୍ଥ ଦିନିକିଆ ମ୍ୟାଚ୍‌ରେ ଏହି ଘଟଣା ଘଟିଥିଲା। ମ୍ୟାଚ୍‌ର ୧୨ତମ ଓଭରରେ ଗୁରନୁରଙ୍କ ବଲ୍‌ରେ ବଡ଼ ସଟ୍ ଖେଳିବାକୁ ଯାଇ କ୍ୟାଚ୍ ଆଉଟ୍ ହୋଇଥିଲେ ସେଇଫର୍ଟ। ୪୮ଟି ବଲ୍‌ରୁ ୫୮ ରନ୍ କରିଥିଲେ ଏହି କିୱି ବ୍ୟାଟର।

Gurnoor Brar gets in Tim Seifert's face during wild celebration, Virat  Kohli comes to rescue arste - SportsTak

ହେଲେ ୱିକେଟ୍ ନେବା ପରେ ଗୁରନୁରଙ୍କ ଆକ୍ରମଣାତ୍ମକ ସେଲିବ୍ରେସନ୍ ସେଇଫର୍ଟଙ୍କୁ ଅସନ୍ତୁଷ୍ଟ କରିଥିଲା। ଉଭୟଙ୍କ ମଧ୍ୟରେ କଥା କଟାକଟି ଆରମ୍ଭ ହୋଇଥିଲା। ଠିକ୍ ଏତିକିବେଳେ ବିରାଟ୍ କୋହଲି ଗୁରନୁରଙ୍କୁ ଟାଣି ଅଲଗା କରିଥିଲେ। ଏପରିକି ଅମ୍ପାୟାର ମଧ୍ୟ ଗୁରନୁରଙ୍କୁ ତାଗିଦ୍ କରିଥିଲେ। ତେବେ କୋହଲିଙ୍କ ଏହି ହସ୍ତକ୍ଷେପ ଗୁରନୁରଙ୍କୁ ସମ୍ଭାବ୍ୟ ବଡ଼ ଦଣ୍ଡରୁ ବଞ୍ଚାଇଲା କି? ଏହାକୁ ନେଇ ଏବେ କ୍ରିକେଟ୍ ମହଲରେ ଚର୍ଚ୍ଚା।