ପୁଣି ଥରେ ସଂସଦର ସ୍ବତନ୍ତ୍ର ଅଧିବେଶନ ନେଇ କଳ୍ପନାଜଳ୍ପନା । ଯେକୌଣସି ମୁହୂର୍ତ୍ତରେ ସରକାର ଡାକିପାରନ୍ତି ସ୍ବତନ୍ତ୍ର ଅଧିବେଶନ । ମହିଳା ସଂରକ୍ଷଣକୁ ଲାଗୁ କରିବା ପାଇଁ ଆବଶ୍ୟକ ସମ୍ବିଧାନ ସଂଶୋଧନ ବିଲକୁ ପାରିତ କରିବା ପାଇଁ ସରକାର ସ୍ୱତନ୍ତ୍ର ଅଧିବେଶ ଡାକିବାକୁ ଯୋଜନା କରିଛନ୍ତି। ଯେକୌଣସି ମୁହୂର୍ତ୍ତରେ ସରକାର ଅଧିବେଶନ ଆରମ୍ଭର ତାରିଖ ଘୋଷଣା କରିପାରନ୍ତି।
ପୂର୍ବରୁ ସୀମା ପୁନଃ ନିର୍ଦ୍ଧାରଣ ଓ ମହିଳା ସଂରକ୍ଷଣ ବିଲ ପାରିତ କରିବାରେ ବିଫଳ ହୋଇଥିଲେ ସରକାର। ଏହା ସମ୍ବିଧାନ ସଂଶୋଧନ ସହ ଜଡ଼ିତ ହୋଇଥିବାରୁ ବିଲ୍ ପାରିତ ପାଇଁ ଗୃହର ଦୁଇ ତୃତୀୟାଂଶ ସଦସ୍ୟଙ୍କ ସମର୍ଥନ ଦରକାର।
ପୂର୍ବରୁ ଏହାକୁ ଯୋଗାଡ଼ କରିବାରେ ବିଫଳ ହୋଇଥିବା କେନ୍ଦ୍ର ସରକାର ଏଥର ବିଲ୍ ସପକ୍ଷରେ ସଦସ୍ୟ ଯୋଗାଡ଼ କରିବା ନେଇ ବେଶ ଆଶାବାଦୀ ରହିଛନ୍ତି। ସମ୍ବିଧାନ ସଂଶୋଧନ ବିଲ୍ ଆବଶ୍ୟକ ଦୁଇ ତୃତୀୟାଂଶ ସଂଖ୍ୟା ଗରିଷ୍ଠତା ଠାରୁ ଅଧିକ ୧୫ରୁ ୧୮ଟି ଭୋଟ ପାଇବ ବୋଲି ସରକାରୀ ସୂତ୍ରରେ କୁହାଯାଇଛି। ତେବେ ସଂସଦର ସ୍ୱତନ୍ତ୍ର ଅଧିବେଶନର ତାରିଖ କିମ୍ବା ଏହାର ଉଦ୍ଦେଶ୍ୟ ସମ୍ପର୍କରେ ଏ ସୂତ୍ରରେ କିଛି ବି କୁହାଯାଇ ନାହିଁ
ବିଶେଷ ସୂତ୍ରରୁ ଜଣାପଡ଼ିଛି ଯେ ସୀମା ପୁନଃ ନିର୍ଦ୍ଧାରଣ ବିଲ୍ ସହ ଜଡ଼ିତ ସମ୍ବିଧାନ ସଂଶୋଧନ ବିଧେୟକ ଓ ମହିଳା ସଂରକ୍ଷଣ ବିଲ୍କୁ ପାସ୍ କରିବା ପାଇଁ ସରକାର ସ୍ୱତନ୍ତ୍ର ଅଧିବେଶନର ଡାକିବା ମୁଡରେ ରହିଛନ୍ତି।
ପୂର୍ବରୁ ଏହି ଦୁଇ ବିଲ୍ ପାରିତ କରିବାରେ ବିଫଳ ହୋଇଥିବା କେନ୍ଦ୍ର ସରକାର ଏବେ ଆବଶ୍ୟକ ସମର୍ଥନ ନିଜ ସପକ୍ଷରେ କରିଥିବା ଆଶା କରି ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ଯାଉଛନ୍ତି।