ଏସିଆ କପ୍‌ରେ ପୁଣି ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ

ନୂଆଦିଲ୍ଲୀ: ଏସିଆ କପ୍‌ରେ ପୁଣି ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ । ଆସନ୍ତା ୨୧ରେ ପରସ୍ପରକୁ ଭେଟିବେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ । UAEକୁ ୪୧ ରନ୍‌ରେ ହରାଇବା ପରେ ଗ୍ରୁପ୍‌-୪ରେ ଏବେ ପାକିସ୍ତାନ । ପୂର୍ବରୁ ଗ୍ରୁପ୍‌-୪ରେ ପ୍ରବେଶ କରି ସାରିଥିବା ଭାରତକୁ ଭେଟିବ ପାକିସ୍ତାନ । ଟୁର୍ଣ୍ଣାମେଣ୍ଟର ଲିଗ୍‌ ମ୍ୟାଚରେ ଭାରତ ଠାରୁ ହାରିଛି ପାକିସ୍ତାନ ।

ଏସିଆ କପରେ ୟୁଏଇକୁ ୪୧ ରନରେ ପରାସ୍ତ କରିଛି ପାକିସ୍ତାନ। ଏହା ସହ ଗ୍ରୁପ- ଏରୁ ଦ୍ବିତୀୟ ଦଳ ଭାବେ ସୁପର-୪ରେ ପ୍ରବେଶ କରିଛି ପାକିସ୍ତାନ। ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୯ ୱିକେଟ ହରାଇ କରିଥିଲା ୧୪୬ ରନ । ଜବାବରେ ୟୁଏଇ ୧୦ ୱିକେଟ ହରାଇ କରିଥିଲା ୧୦୫ରନ । ଏଥର ଏସିଆକପରେ ଆଠଟି ଦଳ ଅଂଶଗ୍ରହଣ କରିଥିଲେ । ଏହି ଦଳଗୁଡ଼ିକୁ ଦୁଇଟି ପୃଥକ ଗ୍ରୁପରେ ବିଭକ୍ତ କରାଯାଇଥିଲା । ପ୍ରତ୍ୟେକ ଗ୍ରୁପରୁ ମୋଟ ଚାରିଟି ଦଳ ସୁପର ୪ ପାଇଁ ଚୟନ କରାଯିବାର ଥିଲା । ଗ୍ରୁପ୍ ‘ଏ’ରେ ଭାରତ, ପାକିସ୍ତାନ, ୟୁଏଇ ଏବଂ ଓମାନ ସାମିଲ ଥିଲେ । ଭାରତ ଏହାର ଦୁଇଟି ପ୍ରାରମ୍ଭିକ ମ୍ୟାଚ୍ ଜିତି ସୁପର ଫୋର୍ ପାଇଁ ଯୋଗ୍ୟତା ଅର୍ଜନ କରିସାରିଛି । ଓମାନ ପୂର୍ବରୁ ବାଦ୍ ପଡ଼ିସାରିଛି । ପ୍ଲେଅଫ୍ ପାଇଁ ପାକିସ୍ତାନ ଏବଂ ୟୁଏଇ ଏକ ଦୃଢ଼ ପ୍ରତିଯୋଗିତାରେ ଥିଲେ । ତଥାପି, ପାକିସ୍ତାନ ଏହି ମ୍ୟାଚ୍ ଜିତି ଭାରତ ସହ ମୁକାବିଲା କରିବାକୁ ପ୍ରସ୍ତୁତ ହୋଇଛି ।