ଅଗଷ୍ଟ ୨୯ ତାରିଖ ଦିନ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡ଼ିକ ବନ୍ଦ ରହିବ

ରିପୋର୍ଟର୍ସ ଟୁଡେ ବ୍ୟୁରୋ;- ପବିତ୍ର ନୂଆଁଖାଇ ଅବସରରେ ରାଜ୍ୟ ସରକାର ଆସନ୍ତା ଅଗଷ୍ଟ ୨୯ ତାରିଖକୁ ଛୁଟି ଘୋଷଣା କରିଛନ୍ତି। ଏହି ପରିପ୍ରେକ୍ଷୀରେ ଅଗଷ୍ଟ ୨୯ ତାରିଖ ଦିନ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡ଼ିକ ବନ୍ଦ ରହିବ।

ସେହିପରି ସମସ୍ତ ବିଦ୍ୟାଳୟ ମଧ୍ୟ ଛୁଟି ନେଇ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଖାଲି ସେତିକି ନୁହେଁ ସମସ୍ତ ସରକାର କାର୍ଯ୍ୟାଳୟ ବନ୍ଦ ରହିବ । ଏବଂ ରାଜସ୍ୱ ଏବଂ ମ୍ୟାଜିଷ୍ଟେରିଆଲ୍ କୋର୍ଟ କାର୍ଯ୍ୟନିର୍ବାହୀ ଗୁଡିକ ମଧ୍ୟ ଛୁଟୁ ରହିବ । ତେବେ ଆସନ୍ତା ୧୩ ତାରିଖ ଦ୍ୱିତୀୟ ଶନିବାରକୁ କିନ୍ତୁ ରାଜ୍ୟ କାର୍ଯ୍ୟ ଦିବସ ଭାବେ ଘୋଷଣା କରିଛନ୍ତି ।