ଆଜିଠୁ ଓଡ଼ିଶା ପୋଲିସର ‘ଅପରେସନ ଗଜ’, ଧରା ହେବେ ଗଞ୍ଜେଇ ବେପାରୀ

ଭୁବନେଶ୍ଵର: ଆଜିଠୁ ଓଡ଼ିଶା ପୋଲିସରଅପରେସନ ଗଜ ବଲାଙ୍ଗିରରେଅପରେସନ ଗଜଆରମ୍ଭ ନେଇ ସୂଚନା ଦେଲେ ଉତ୍ତରାଞ୍ଚଳ ଆଇଜି ଅପରେସନ୍ ଗରୁଡର ସଫଳତା ପରେ ଆଜିଠୁ ଆରମ୍ଭ ହୋଇଛି ଅପରେସନ୍ ଗଜ ଗଞ୍ଜେଇ ଚୋରାଚାଲାଣର ମୂଳତ୍ପାଟନ ପାଇଁଅପରେସନ ଗଜ ବେପାରୀଠାରୁ ଗ୍ରାହକ ପର୍ଯ୍ୟନ୍ତ ସମସ୍ତଙ୍କୁ ଧରିବ ପୋଲିସ ବଲାଙ୍ଗୀର ସୋନପୁର ଜିଲ୍ଲାରୁ ପାଖାପାଖି ୫୦ କୋଟି ଟଙ୍କାର ଗଞ୍ଜେଇ ଜବତ କରାଯାଇଛି ଅପରାଧ ଏବଂ ଅପରାଧୀଙ୍କ ଉପରେ ରୋକ ଲଗାଇବାକୁ ଏହି ଅଭିଯାନକୁ ଆହୁରି ଜୋରଦାର କରାଯିବ

ତେବେ ଏହା ପୂର୍ବରୁ ଜାମିନ ବିହୀନ ୱାରେଣ୍ଟକୁ କାର୍ଯ୍ୟକାରୀ କରିବା, ନିଶା ଦ୍ରବ୍ୟ ଚୋରା ଚାଲାଣକୁ ରୋକିବା, ବେଆଇନ ଅସ୍ତ୍ରଶସ୍ତ୍ର ଜବତ ଏବଂ ଅପରାଧୀଙ୍କୁ ଗିରଫ କରିବା, ଜୁଆ ଆଡ୍ଡା ଉପରେ ଚଢ଼ାଉ ଏବଂ ବିଭିନ୍ନ ଅପରାଧରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଆରମ୍ଭ ହୋଇଥିଲା ଅପରେସନ୍ ଗରୁଡ