ପୁରୀ(ସଞ୍ଜୟ ମହାପାତ୍ର);-ନ୍ୟାୟ ମିଳିଲାନି ବୋଲି,କିରୋସିନ ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ ଜଣେ ବ୍ୟକ୍ତି।ଜିଲ୍ଲା ଏସପିଙ୍କ କାର୍ଯ୍ୟାଳୟରେ କିରୋସିନ ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଆହତ ବ୍ୟକ୍ତି ହେଉଛନ୍ତି ସତ୍ୟବାଦୀ ଅଳୁଗୁମ୍ ର ଲଲାଟ ଜେନା।ଲଲାଟଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।ସେ ଅଭିଯୋଗ ଆଣିଛନ୍ତି ଯେ ଗତ ୭ ବର୍ଷ ହେବ ସେ ନ୍ୟାୟ ପାଇବା ପାଇଁ ସମସ୍ତଙ୍କ ଦ୍ବାରସ୍ଥ ହୋଇଛନ୍ତି କିନ୍ତୁ ସବୁଠି ତାଙ୍କୁ ନିରାଶ ହେବାକୁ ପଡ଼ିଛି।ତାଙ୍କ କହିବାନୁଯାୟୀ ,ପୁରୀ କୁମ୍ଭାରପଡ଼ା ଥାନା ଅନ୍ତର୍ଗତ ପ୍ରଭାତ ଲେନରେ ତାଙ୍କର ଏକ ଘର ରହିଛି ଏହି ଘରର ସମସ୍ତ କାଗଜପତ୍ର ସହ ବିଲ୍ଡିଂ ପ୍ଲାନ୍ ,ଶ୍ରୀମନ୍ଦିର ପ୍ରଶାସନର ଏନଓସି ରହିଛି।ଏହା ସତ୍ତ୍ୱେ ସୁଧାକର ଭୋଳ ନାମକ ବ୍ୟକ୍ତି ବିନା କୌଣସି କାଗଜପତ୍ରରେ ତାଙ୍କ ଘର ମାଡ଼ି ବସିଛନ୍ତି।ସେତେବେଳେ ସେ ଏ ନେଇ ଏତଲା ଦେଇଥିଲା ପୋଲିସ ତାଙ୍କ ଅଭିଯୋଗ ଗ୍ରହଣ କରିନଥିଲା।ଦୀର୍ଘ ୭ ବର୍ଷ ହେବ ସେ ବିଭିନ୍ନ ସ୍ତରରେ ଦ୍ବାରସ୍ଥ ହୋଇଛନ୍ତି ।ଗତ ଦୁଇ ଦିନ ତଳେ ରାତି ଅଧରେ ପୋଲିସ ଉପସ୍ଥିତିରେ ତାଙ୍କ ଘରେ ଛାତ ପକାଯାଇଛି।ସେହିଦିନ ରାତିରେ ସେ ପୋଲିସ ଠାରୁ ଆରମ୍ଭ କରି ସମସ୍ତଙ୍କ ସହ ଯୋଗାଯୋଗ କରିଥିଲେ ହେଁ କୌଣସି ସୁଫଳ ନ ମିଳିବାରୁ ସେ ଭୁବନେଶ୍ୱର ବରଗଡ଼ ଥାନାରେ ଜିରୋ ଏତଲା ଦେଇଥିଲେ ।ତେବେ ଏହି ଜମିବାଡ଼ି ବିବାଦକୁ ନେଇ ପୁରୀ ଏସପିଙ୍କ କାର୍ଯ୍ୟାଳୟକୁ ଆସି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତେବେ ଆତ୍ମହତ୍ୟା ଉଦ୍ଯମ ଘଟଣା ପରେ ଏବେ ପୁଲିସ ବେଶ୍ ସକ୍ରୀୟ ହୋଇଛି। ଥାନାରେ ଏତଲା ରୁଜୁ ହେବା ସହ ଛାନବିନ ଆରମ୍ଭ କରିଛି ପୁଲିସ। ଏସଂକ୍ରାନ୍ତରେ ଟାଉନଥାନାରେ ୩୯୦/୨୫, ଦଫା , ଧାରା ୧୨୬(୨),୧୩୨,୩୫୧(୨) ରେ ଏକ ମାମଲା ରୁଜୁ ହୋଇଛି। ତହସିଲଦାରଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି । ଏହି କମିଟି ୭ଦିନ ମଧ୍ୟରେ ରିପୋର୍ଟ ଦେବା ପରେ ନିଆଯିବ କାର୍ଯ୍ୟାନୁଷ୍ଠାନ । ତେବେ ଏହି ଜମିର ମାଲିକ ଶ୍ରୀମନ୍ଦିର ପ୍ରଶାସନ। ଏହି ବିବାଦୀୟ ଘର ସତ୍ୟବାଦୀ ଅଳୁଗୁମର ଆହତ ଲଲାଟ ଜେନାଙ୍କ ପିତାଙ୍କ ଦଖଲରେ ଥିଲା। ପରବର୍ତ୍ତୀ ସମୟରେ ସେହି କୋଠାଘରେ ତାଙ୍କ ଭଉଣୀ ଭିଣୋଇ ବସବାସ କରୁଥିଲେ। ଏବେ ସେହି ଜମି ଆଉ ଫେରାଉ ନାହାଁନ୍ତି। ତିନି ମହଲା ଛାତ ବି ପକାଇ ସାରିଛନ୍ତି। ଯାହାକୁ ନେଇ ଶଳା ଭିଣୋଇଙ୍କ ସହ ବିବାଦ ଚାଲିଛି। ସେପଟେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଗଠିତ କମିଟି ରିପୋର୍ଟ ଦେବାପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି।