SA ୨୦ର ଚତୁର୍ଥ ସିଜିନ ପାଇଁ ପ୍ରିଟୋରିଆ କ୍ୟାପିଟାଲ୍ସର ନୂତନ ମୁଖ୍ୟ ପ୍ରଶିକ୍ଷକ ହେବେ ସୌରଭ ଗାଙ୍ଗୁଲି

ରିପୋର୍ଟର୍ସ ଟୁଡେ ବ୍ୟୁରୋ; SA ୨୦ର ଚତୁର୍ଥ ସିଜିନ ପାଇଁ ପ୍ରିଟୋରିଆ କ୍ୟାପିଟାଲ୍ସର ନୂତନ ମୁଖ୍ୟ ପ୍ରଶିକ୍ଷକ ହେବେ ସୌରଭ ଗାଙ୍ଗୁଲି । ମୁଖ୍ୟ ହେଡ୍ କୋଚ ଭାବେ ଦାୟିତ୍ୱ ନେବେ । ତେବେ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି ଡିସେମ୍ବର ୨୬ରୁ ଆରମ୍ଭ ହେଉଥିବା SA ୨୦ର ଚତୁର୍ଥ ସିଜିନ ପାଇଁ ପ୍ରିଟୋରିଆ କ୍ୟାପିଟାଲ୍ସର ନୂତନ ମୁଖ୍ୟ ପ୍ରଶିକ୍ଷକ ହେବେ ସୌରଭ ଗାଙ୍ଗୁଲି ୨୦ର ଚତୁର୍ଥ ସିଜିନ ପାଇଁ ପ୍ରିଟୋରିଆ କ୍ୟାପିଟାଲ୍ସର ନୂତନ ମୁଖ୍ୟ ପ୍ରଶିକ୍ଷକ ହେବେ ସୌରଭ ଗାଙ୍ଗୁଲି । ସେ ଜୋନାଥନ୍ ଟ୍ରଟଙ୍କ ନେବେ ।

ପ୍ରିଟୋରିଆ କ୍ୟାପିଟାଲ୍ସ ଏପର୍ଯ୍ୟନ୍ତ ଟୁର୍ଣ୍ଣାମେଣ୍ଟରେ ଭଲ ପ୍ରଦର୍ଶନ ହୋଇନାହିଁ । ଗତ ଦୁଇଟି ସିଜିନ ୨୦୨୩- ଏବଂ ୨୦୨୪-୨୫ରେ ପ୍ରିଟୋରିଆ ଖରାପ ଫଫାଫଲ ପାଇଛି । ଉଭୟ ଥର ସେମାନେ ପଞ୍ଚମ ସ୍ଥାନରେ ରହିଥିଲେ ଏବଂ ପ୍ଲେଅଫ୍ ପାଇଁ ଯୋଗ୍ୟତା ଅର୍ଜନ କରିପାରି ନଥିଲେ ।

ପ୍ରିଟୋରିଆ କ୍ୟାପିଟାଲ୍ସ ଆଶା କରୁଛି ଯେ, ଗାଙ୍ଗୁଲି ନିଯୁକ୍ତି ସେମାନଙ୍କ ଭାଗ୍ୟ ବଦଳାଇବ ଦେବ । ପୂର୍ବତନ ଭାରତୀୟ ଅଧିନାୟକ ପ୍ରଥମଥର ପାଇଁ ମୁଖ୍ୟ ପ୍ରଶିକ୍ଷକ ହେବେ । ଗାଙ୍ଗୁଲି ୨୦୧୫ ରୁ ୨୦୧୯ ପର୍ଯ୍ୟନ୍ତ ଚାରିବର୍ଷ ପାଇଁ ବେଙ୍ଗଲ କ୍ରିକେଟ ଆସୋସିଏସନର ସଭାପତି ଥିଲେ । ସେ ୨୦୧୯ ସିଜିନ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସରେ ମେଣ୍ଟର ଭାବରେ ଯୋଗଦେଇଥିଲେ । କିନ୍ତୁ ବିସିସିଆଇ ସଭାପତି ହେବା ପରେ ସେ ଫ୍ରାଞ୍ଚାଇଜ୍ ଛାଡି ଦେଇଥିଲେ ।

ସୌରଭ ଗାଙ୍ଗୁଲିଙ୍କ ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିୟର ବିଷୟରେ କହିବାକୁ ଗଲେ, ସେ ଦେଶ ପାଇଁ ମୋଟ ୧୧୩ ଟେଷ୍ଟ ଏବଂ ୩୧୧ ଦିନିକିଆ ଖେଳିବାରେ ସଫଳ ହୋଇଥିଲେ । ଏହି ସମୟ ମଧ୍ୟରେ, ତାଙ୍କ ବ୍ୟାଟ୍ ୧୮୮ ଟେଷ୍ଟ ଇନିଂସରେ ୪୨.୧୮ ହାରାହାରି ହାରରେ ୭୨୧୨ ରନ ଏବଂ ୩୦୦ ଦିନିକିଆ ଇନିଂସରେ ୪୦.୭୩ ହାରାହାରି ୧୧୩୬୩ ରନ କରିଥିଲେ ।

ଟେଷ୍ଟ କ୍ରିକେଟରେ ଗାଙ୍ଗୁଲିଙ୍କ ନାମରେ ଗୋଟିଏ ଦ୍ୱିଶତକ, ୧୬ଟି ଶତକ ଏବଂ ୩୫ଟି ଅର୍ଦ୍ଧଶତକ ଅଛି । ଏହା ବ୍ୟତୀତ କ୍ରିକେଟ ପ୍ରେମୀମାନେ ଦିନିକିଆରେ ତାଙ୍କ ବ୍ୟାଟରୁ ୨୨ଟି ଶତକ ଏବଂ ୭୨ଟି ଅର୍ଦ୍ଧଶତକ ଦେଖିଛନ୍ତି ।