ଭିଜିଲାନ୍ସ ଜାଲରେ CDMO କାର୍ଯ୍ୟାଳୟର କିରାଣି ଓ ପିଅନ

ପାରଳାଖେମୁଣ୍ଡି: ଭିଜିଲାନ୍ସ ଜାଲରେ CDMO କାର୍ଯ୍ୟାଳୟର କିରାଣି ଓ ପିଅନ । CDMO କାର୍ଯ୍ୟାଳୟର କିରାଣି ଜଗଦୀଶ ପଟ୍ଟନାୟକ ଓ ପିଅନ ନିରଞ୍ଜନ ନାୟକ । ୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ ଟିମ୍ । ଚୁକ୍ତିଭିତ୍ତିକ ଡାକ୍ତରଙ୍କୁ ନିଯୁକ୍ତି ସମ୍ପର୍କିତ ଚିଠି ଦେବାକୁ ଲାଞ୍ଚ ନେଉଥିଲେ । କିରାଣି ଜଗଦୀଶ ପଟ୍ଟନାୟକଙ୍କ ଅଫିସ୍‌ ଓ ଘରେ ଭିଜିଲାନ୍ସ ରେଡ୍ । ତେବେ ଭିଜିଲାନ୍ସ ଜାଲରେ ଗଜପତି ସିଡିଏମ୍‌ଓ କାର୍ଯ୍ୟାଳୟର ବରିଷ୍ଠ କିରାଣି ଜଗଦୀଶ ପଟ୍ଟନାୟକ ଓ ପିଅନ ନିରଞ୍ଜନ ନାୟକ। ଜୁନିୟର ଡାକ୍ତର ପୋଷ୍ଟିଂ ପାଇଁ ୨୫ହଜାର ଟଙ୍କା ଲାଞ୍ଚ ନେବା ବେଳେ ଜଗଦୀଶ ଓ ନିରଞ୍ଜନଙ୍କୁ ଧରିଲା ଭିଜିଲାନ୍ସ । ନିରଞ୍ଜନଙ୍କ ମାଧ୍ୟମରେ ଲାଞ୍ଚ ନେଉଥିଲେ ଜଗଦୀଶ । ସିଡିଏମ୍‌ଓ କାର୍ୟ୍ୟାଳୟ ଓ ଜଗଦୀଶଙ୍କ ସରକାରୀ ବାସଭବନରେ ଭିଜିଲାନ୍ସ ଚଢ଼ାଉ ଜାରି । ଭିଜିଲାନ୍ସ ବିଭାଗର ଏହି ଚଢ଼ଉ ସମୟରେ କିରାଣିଙ୍କର ବ୍ୟକ୍ତିଗତ ଚାମ୍ବରରୁ ନଗଦ ପ୍ରାୟ ୫ ଲକ୍ଷ ଟଙ୍କା ମିଳିଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। ଏହି ଚଢ଼ଉରେ ୨ ଜଣ ଡିସଏସ୍‌ପି ଓ ୩ ଜଣ ଇନ୍‌ସପେକ୍ଟରଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଅଛନ୍ତି।