ଆଜି ‘ବିଶ୍ୱ ବ୍ୟାଘ୍ର ଦିବସ’, ବାଘ ଶୂନ୍ୟ ହୋଇଯାଇଛି ସାତକୋଶିଆ

ଭୁବନେଶ୍ଵର: ବାଘ ଶୂନ୍ୟ ହୋଇଯାଇଛି ସାତକୋଶିଆ । ଏନେଇ ସୂଚନା ଦେଇଛନ୍ତି ପିସିସିଏଫ୍‌ ପ୍ରେମ୍‌ ଝା । ସାତକୋଶିଆକୁ ବର୍ତ୍ତମାନ କୌଣସି ବାଘ ଆଣିବାକୁ ଯୋଜନା ନାହିଁ । ୫ ବର୍ଷ ପୂର୍ବେ ବାଘ ରହିଥିଲେ, ବର୍ତ୍ତମାନ ଆଉ ବାଘ ନାହାନ୍ତି । ସେପଟେ ଶିମିଳିପାଳରେ ୨ ପ୍ରକାର ବାଘ ଅଛନ୍ତି, ନର୍ମାଲ ଟାଇଗର ଓ ବ୍ଲାକ୍‌ ଟାଇଗର । ପ୍ରତି ୪ ବର୍ଷରେ ଥରେ ବାଘ ଗଣାନା କରାଯାଉଛି । ଶିମିଳିପାଳରେ ବର୍ତ୍ତମାନ ବାଘଙ୍କ ସଂଖ୍ୟା ୩୦ ରହିଛି । ଶାବକଙ୍କୁ ୨ବର୍ଷ ହେଲା ପରେ ଗଣନାରେ ସାମିଲ କରାଯିବ ବୋଲି କହିଛନ୍ତି ପିସିସିଏଫ୍ ।

ତେବେ ଆଜି ‘ବିଶ୍ୱ ବ୍ୟାଘ୍ର ଦିବସ’। ବାଘଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ଜୁଲାଇ ୨୯ରେ ସାରା ବିଶ୍ୱରେ ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ ପାଳନ କରାଯାଏ l ୨୦୧୦ ମସିହାରୁ ବିଶ୍ୱ ବ୍ୟାପୀ ବ୍ୟାଘ୍ର ଦିବସ ପାଳନ କରାଯାଉଛି । ଯାହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସାରା ବିଶ୍ୱରେ ବାଘ ସଂଖ୍ୟାକୁ ବଢାଇବା । ସେମାନଙ୍କ ସହ ହେଉଥିବା ଅନ୍ୟାୟ ଓ ଅତ୍ୟାଚାର ସମ୍ପର୍କରେ ଜନସାଧାରଣରେ ସଚେତନତା ସୃଷ୍ଟି କରିବା । ଚଳିତ ବର୍ଷ ‘ବିଶ୍ୱ ବ୍ୟାଘ୍ର ଦିବସ’ର ଥିମ୍‌ ରହିଛି ‘ବାଘମାନଙ୍କ ପାଇଁ ଗର୍ଜନ’।