ଓଡ଼ିଶା ସୀମାନ୍ତ ଚାଇଁବସାର ସରଣ୍ଡା ଜଙ୍ଗଲରୁ ମିଳିଲା ପୁଳାପୁଳା ଟଙ୍କା ବିଡ଼ା। ସରଣ୍ଡା ଜଙ୍ଗଲରେ ମାଟି ତଳେ ମାଓବାଦୀମାନେ ଟଙ୍କା ଲୁଚାଇ ରଖିଥିବା ନେଇ ଗୋଇନ୍ଦା ବିଭାଗ ସୂଚନାକୁ ଭିତ୍ତି କରି ସରଣ୍ଡାରେ କମ୍ବିଂ ଅପରେଶନ ସହିତ ସର୍ଚ୍ଚ ଜାରି କରିଥିଲା ସୁରକ୍ଷା ବାହିନୀ । ମାଓବାଦୀମାନେ ଏହି ଟଙ୍କାକୁ ମାଓବାଦୀ କାର୍ଯ୍ୟକଳାପରେ ଲଗାଉଥିଲେ ଓ ଦଳର କ୍ୟାଡରମାନଙ୍କୁ ମଧ୍ୟ ଦରମା ଦେଉଥିବା ନେଇ ଗୋଇନ୍ଦା ବିଭାଗର ସୂଚନା ରହିଥିଲା । ଉଦ୍ଧାର ଟଙ୍କାବିଡ଼ାଗୁଡ଼ିକ କାଗଜ ଏବଂ ପ୍ଲାଷ୍ଟିକରେ ଗୁଡ଼ାଇ ରଖାଯାଇଥିଲା । ସମସ୍ତ ଟଙ୍କା ଏକ ଷ୍ଟିଲ୍ କ୍ୟାନରେ ରଖାଯାଇ ମାଟିରେ ପୋତାଯାଇଥିଲା। ଜବତ ଟଙ୍କାର ମୂଲ୍ୟ ପ୍ରାୟ ୩୫ ଲକ୍ଷ ହେବ ବୋଲି ଆକଳନ କରାଯାଉଛି ।