ଗିରଫ ଜୟପୁର ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକଙ୍କ ଆୟ ଠାରୁ ୫ ଗୁଣା ଅଧିକ ସଂପତ୍ତି

ଜୟପୁର: ଗିରଫ ହେଲେ ଜୟପୁର ଡେପୁଟି ରେଞ୍ଜର୍ ରାମଚନ୍ଦ୍ର ନେପାକ । ଭିଜିଲାନ୍ସ ଚଢାଉ ବେଳେ ଡେପୁଟି ରେଞ୍ଜରଙ୍କ ଘରୁ ମିଳିଥିଲା ଟଙ୍କାର ପାହାଡ଼ । କୋଟିଏ କି ଦୁଇ କୋଟି ନୁହେଁ ଏକାବେଳେ ମିଳିଥିଲା ଦେଢ କୋଟି ଟଙ୍କା କ୍ୟାସ୍ । ଗିରଫ ଜୟପୁର ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକଙ୍କ ୫ ଗୁଣା ଅଧିକ ସଂପତ୍ତି ଠାବ । ଆୟ ଠାରୁ ୫୦୧ ପ୍ରତିଶତ ଅଧିକ ସଂପତ୍ତି ଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି । ଘରୁ ମିଳିଥିଲା ୧ କୋଟି ୪୩ ଲକ୍ଷ ଟଙ୍କା ଓ ଦେଢ଼ କେଜି ସୁନା । ସେହିପରି ବ୍ୟାଙ୍କ ଆକାଉଣ୍ଟରେ ଅଛି ୧ କୋଟି ୩୩ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ।

ସୂଚନା ଅନୁସାରେ, ଗତକାଲି ଭିଜିଲାନ୍ସ ଟିମ୍ ରାମଚନ୍ଦ୍ର ନେପାକଙ୍କ ଜୟପୁର କାର୍ଯ୍ୟାଳୟ ଏବଂ ବାସଭବନ ସମେତ ଏକାଧିକ ସ୍ଥାନରେ ଚଢ଼ଉ କରାଯାଇଥିଲା । ତାଙ୍କ ଘରୁ ମିଳିଥିବା ଟଙ୍କା, ସୁନା ଏବଂ ରୁପା ଗହଣାକୁ ଦେଖି ଭିଜିଲାନ୍ସ ଟିମ୍ ଟେରା ହୋଇଯାଇଥିଲା । ଜୟପୁର ଗୋଲ୍ଡେନ୍ ହାଇଟ୍ସ ଆପାର୍ଟମେଣ୍ଟର ୫୧୦ ନମ୍ବର ଫ୍ଲାଟରେ ସିକ୍ରେଟ୍ ଚାମ୍ବରରୁ ମୋଟ ୧ କୋଟି ୪୪ ଲକ୍ଷ ଟଙ୍କା କ୍ୟାସ୍ ଜବତ କରାଯାଇଛି । ପ୍ରାୟ ଦେଢ଼ କିଲୋ ସୁନା ଓ ସାଢ଼େ ଚାଲି କିଲୋ ରୁପା ଠାବ କରାଯାଇଛି । ୪ଟି ସୁନା ବିସ୍କୁଟ ଏବଂ ୧୬ଟି ସୁନା କଏନ୍ ମଧ୍ୟ ମିଳିଛି । ପ୍ରତ୍ୟେକ ସୁନା କଏନର ଓଜନ ପ୍ରାୟ ୧୦ ଗ୍ରାମ ରହିଛି ।

ସେହିପରି ୧ କୋଟି ୩୨ ଲକ୍ଷ ବ୍ୟାଙ୍କ ଜମା ରାଶି, ଏକ ବହୁମହଲା ବିଶିଷ୍ଟ ଘର, ୩ଟି ଫ୍ଲାଟ୍, ୨ଟି ଉଚ୍ଚ ମୂଲ୍ୟର ପ୍ଲଟ୍, ୧.୫୦୪ କିଲୋଗ୍ରାମ ସୁନା, ୪.୬୩୭ କିଲୋଗ୍ରାମ ରୂପା ଓ ୨ଟି ଚାରି ଚକିଆ ଗାଡ଼ି ଠାବ କରାଯାଇଥିଲା । ସେହିପରି ଗୋଟେ ଚାରି ଚକିଆ ଗାଡ଼ି ଏବଂ ଅନ୍ୟାନ୍ୟ ଜମା ରାଶି ମଧ୍ୟ ରହିଛି । ଏ ସମସ୍ତ ସମ୍ପତ୍ତି ତାଙ୍କ ଆୟଠାରୁ ବହୁ ମାତ୍ରାରେ ଅଧିକ ହୋଇଥିବାରୁ ତାଙ୍କୁ ଗିରଫ କରାଯାଇଛି ।