ରାଜନୀତିରୁ ସନ୍ନ୍ୟାସ ନେଇଯିବି କହିଲେ ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ

ପ୍ରତାପ ଷଡ଼ଙ୍ଗୀ:- ମୋ ନାଁରେ FIR କରନ୍ତୁ, CBI ତଦନ୍ତ କରାନ୍ତୁ। ପ୍ରମାଣିତ ହେଲେ ରାଜନୀତିରୁ ସନ୍ନ୍ୟାସ ନେଇଯିବି କହିଲେ ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ । ଏଫଏମ୍ ପୀଡ଼ିତା ମୃତ୍ୟୁ ମାମଲାରେ ବାଲେଶ୍ବର ସାଂସଦ ଓ ବିଧାୟକଙ୍କ ପ୍ରତି ପିସିସି ସଭାପତି ଭକ୍ତ ଦାସ ଓ ବିଜେଡି ବିଧାୟକ ଗୌତମବୁଦ୍ଧ ଦାଶ ଦେଇଥିବା ମନ୍ତବ୍ୟକୁ ପ୍ରତାପ ଷଡ଼ଙ୍ଗୀଙ୍କ କଡ଼ା କାଉଣ୍ଡର କରିଛନ୍ତି । ବାଲେଶ୍ବର ସାଂସଦ କହିଛନ୍ତି-ସେମାନଙ୍କ ଅଭିଯୋଗ ନିରାଧାର। ପୀଡ଼ିତାଙ୍କ ଏତଲା ନରଖିବାକୁ ମୁଁ ପୋଲିସକୁ ମନା କରିଥିବା ଅଭିଯୋଗ ଭିତ୍ତିହୀନ। ପୀଡ଼ିତା ଆଦୌ ଏତଲା ଦେଇନାହାନ୍ତି। ତାସହ ଆଇସିସି କମିଟି ଯେଉଁ ରିପୋର୍ଟ ଦେଇଛି ତାହା ମିଥ୍ୟା ଉପରେ ଆଧାରିତ, କାରଣ ମୋ ପାଖରେ ଓ ଏସପିଙ୍କ ପାଖରେ ଥିବା ରିପୋର୍ଟ ସହ ଏବେକାର ରିପୋର୍ଟ ଆଦୌ ମେଳ ଖାଉନାହିଁ। ICC ତଦନ୍ତ କମିଟି ରିପୋର୍ଟରେ ପକ୍ଷପାତିତା କରାଯାଇଥିବା ସେ କହିଛନ୍ତି। ତେବେ ଆଭ୍ୟନ୍ତରୀଣ କମିଟି ରିପୋର୍ଟକୁ ଅଧ୍ୟକ୍ଷ ପଦାକୁ ଆଣିଥିବା ସେ କହିଛନ୍ତି। ସେ କହିଛନ୍ତି, ଛାତ୍ରୀଙ୍କ ଅଭିଯୋଗ ପରେ ପ୍ରିନ୍ସପାଲ୍‌ଙ୍କ ସହ ତତ୍‌କାଳ କଥା ହୋଇଥିଲି। ୭ ଦିନ ଭିତରେ ରିପୋର୍ଟ ଆସିବ କହିଥିଲେ ପ୍ରିନ୍ସପାଲ୍‌। ଘଟଣାରେ ଏସ୍‌ପିଙ୍କ ସହ ଏକାଧିକ ବାର କଥା ହୋଇଥିଲି। ପୁଣି ଅନୁସନ୍ଧାନ କରି ଛାତ୍ରୀଙ୍କୁ ଏତଲା ଦେବାକୁ କହିଥିଲି। ଛାତ୍ରୀ ଜଣକ ପୋଲିସରେ ଏତଲା ଦେଇନଥିଲେ। ସାଂସଦ ପୁଣି କହିଛନ୍ତି, ମୁଁ ଚାପ ଦେଉଥିବା କଥା ବିରୋଧୀ ପ୍ରମାଣିତ କରନ୍ତୁ। ମୋ ନାଁରେ FIR କରନ୍ତୁ, CBI ତଦନ୍ତ କରାନ୍ତୁ। ପ୍ରମାଣିତ ହେଲେ ରାଜନୀତିରୁ ସନ୍ନ୍ୟାସ ନେଇଯିବି।