ସ୍କୁଲ ପିଲାଙ୍କ ପାଇଁ ନୂଆ ପାଠ୍ୟକ୍ରମ!

ଭୁବନେଶ୍ୱର;- ପୁଣି ସ୍କୁଲ ପିଲାଙ୍କ ପାଇଁ ନୂଆ ପାଠ୍ୟକ୍ରମ । କାରଣ ପାଠ୍ୟକ୍ରମରେ ସାମିଲ ହେବ ‘ମିଶନ ଲାଇଫ୍’ । ପିଲା ଏଥର ପଢିବେ ପରିବେଶ ସୁରକ୍ଷା ସହ ଜଳବାୟୁ ପରିବର୍ତ୍ତନ ସମ୍ପର୍କରେ । ଏନେଇ ଶିକ୍ଷା ମନ୍ତ୍ରଣାଳୟ ଏବଂ କେନ୍ଦ୍ର ଜଙ୍ଗଲ , ପରିବେଶ ଓ ଜଳବାୟୁ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନଙ୍କ ମଧ୍ୟରେ ପ୍ରାରମ୍ଭିକ ଆଲୋଚନା ହୋଇଛି । ତେବେ ‘ମିଶନ ଲାଇଫ୍’ ପାଠ୍ୟକ୍ରମରେ ସାମିଲ କରାଯିବା ଦ୍ୱାରା ୧୪.୭ ଲକ୍ଷରୁ ଅଧିକ ସ୍କୁଲର ୩୦ କୋଟିରୁ ଅଧିଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଜନଆନ୍ଦୋଳନ ସୃଷ୍ଟି ହୋଇପାରିବ ବୋଲି ଉଭୟ ମନ୍ତ୍ରଣାଳୟ ଲକ୍ଷ୍ୟ ରଖିଛନ୍ତି ।

ଏହାସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନକ୍ରମେ ସ୍କୁଲ ଶିକ୍ଷାରେ ମିସନ ଲାଇଭ କୁ ସମନ୍ୱିତ କରି ଏକ ସ୍ଥାୟୀ ଭବିଷ୍ୟତ ପାଇଁ କାର୍ଯ୍ୟ କରିବାକୁ ଆଜି ନୂଆଦିଲ୍ଲୀରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ଜଙ୍ଗଲ ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୁପେନ୍ଦ୍ର ଯାଦବଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠି ହୋଇଯାଇଛି ।

ସ୍କୁଲ ପାଠ୍ୟକ୍ରମରେ ‘ମିଶନଲାଇଫ୍‌’କୁ ସାମିଲ କରାଗଲେ ୩୦ କୋଟିରୁ ଅଧିକ ଛାତ୍ରଛାତ୍ରୀ ଏହି ଜନଆନ୍ଦୋଳନରେ ଯୋଡ଼ିହେବେ, ଯାହାକି ପରିବେଶ ପାଇଁ ସୁସ୍ଥ ଜୀବନଶୈଳୀକୁ ବ୍ୟାପକ କରିବାରେ ସାହାଯ୍ୟ କରିବ। ସ୍ଥାୟିତ୍ୱ ଏଜେଣ୍ଡାକୁ ଆଗେଇ ନେବା, ପିଲାଙ୍କ ମଧ୍ୟରେ ପରିବେଶ ଅନୁକୂଳ ମାନସିକତା ଏବଂ ବ୍ୟବହାର ବଢ଼ାଇବା ଦିଗରେ ମୂଲ୍ୟବାନ ପରାମର୍ଶ ଦେଇଥିବାରୁ ଶ୍ରୀ ପ୍ରଧାନ ଉଭୟ ମନ୍ତ୍ରଣାଳୟକୁ ଧନ୍ୟବାଦ ଦେଇଛନ୍ତି ।

ତୃଣମୂଳ ସ୍ତରରେ ଜଳବାୟୁ ଶିକ୍ଷାକୁ ଗ୍ରହଣ କରିବା, ଗାମିଫିକେସନ୍ ଓ ଡିଜିଟାଲ୍ ପଦ୍ଧତି ମାଧ୍ୟମରେ ପରିବେଶଗତ ଶିକ୍ଷା, ତାଲିମକୁ ପ୍ରୋତ୍ସାହିତ କରିବା, ‘ମିଶନ ଲାଇଫ୍‌’ର ଉପାଦାନଗୁଡ଼ିକ ଉପରେ ଶିକ୍ଷକ ହ୍ୟାଣ୍ଡବୁକ୍‌କୁ ବିକଶିତ, ଛାତ୍ରଛାତ୍ରୀ ତଥା ସମସ୍ତ ଅଂଶୀଦାରଙ୍କ ଦ୍ୱାରା ପରିବେଶ-ଅନୁକୂଳ ଆଚରଣକୁ ପ୍ରୋତ୍ସାହିତ କରିବାକୁ ‘ମିଶନ  ଲାଇଫ୍‌’ର ସକରାତ୍ମକ ଦିଗକୁ କ୍ରେଡିଟ୍ ଫ୍ରେମ୍‌ୱାର୍କରେ ଅନ୍ତର୍ଭୁକ୍ତ କରିବା ପାଇଁ ଡାଏଟ୍‌ ଗୁଡ଼ିକୁ ସାମିଲ କରିବାକୁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି ।