ଟେକଅଫର ୯୦ସେକେଣ୍ଡ ମଧ୍ୟରେ ବନ୍ଦ ହୋଇଯାଇଥିଲା ବିମାନର ଦୁଇଟି ଇଞ୍ଜିନ

ନୂଆଦିଲ୍ଲୀ-: ଅହମ୍ମଦାବାଦ ବିମାନ ଦୁର୍ଘଟଣାର ରହସ୍ୟ ଆହୁରି ଜଟିଳ ହେବାରେ ଲାଗିଛି। ମାମଲାର ତଦନ୍ତ ରିପୋର୍ଟ ଆସିବା ପରେ, ଏବେ ଅନୁମାନ କରାଯାଉଛି ଯେ ହୁଏତ ଏହି ଦୁର୍ଘଟଣା କୌଣସି ଯାନ୍ତ୍ରିକ ତ୍ରୁଟି ନୁହେଁ ବରଂ ପାଇଲଟଙ୍କ ଭୁଲ ଯୋଗୁ ଘଟିଛି। ଏହି ଭୁଲ ଜାଣିଶୁଣି କରାଯାଇ ଥାଇପାରେ। ଭାରତର ପ୍ରମୁଖ ବିମାନ ଚଳାଚଳ ବିଶେଷଜ୍ଞଙ୍କ ମଧ୍ୟରୁ ଜଣେ କ୍ୟାପ୍ଟେନ ମୋହନ ରଙ୍ଗନାଥନ କହିଛନ୍ତି ।

ରିପୋର୍ଟରେ ବିମାନ ଦୁର୍ଘଟଣାର ପ୍ରମୁଖ କାରଣ ଦର୍ଶାଯାଇଛି ଯେ ଅପ୍ରତ୍ୟାଶିତ ଭାବରେ ବିମାନର ଦୁଇଟି ଇଞ୍ଜିନ ହଠାତ୍‍ କାମ କରିଲାନି । ଏକ ସେକେଣ୍ଡରେ ଇଞ୍ଜିନକୁ ଇନ୍ଧନ ଯୋଗାଣ ବନ୍ଦ ହୋଇଗଲା । ଟେକଅଫର ୯୦ସେକେଣ୍ଡ ମଧ୍ୟରେ ବନ୍ଦ ହୋଇଯାଇଥିଲା ବିମାନ । ଇଞ୍ଜିନ୍‍ ଫେଲ୍‍ ହେବାରୁ ଦ୍ୱନ୍ଦ୍ୱରେ ପଡିଯାଇଥିଲେ ଦୁଇ ଜଣ ପାଇଲଟ୍‍ । ବ୍ଲାକବକ୍ସରେ ପାଇଲଟଙ୍କ କଥାବାର୍ତ୍ତା ରେକର୍ଡ ହୋଇଛି । ଜଣେ ଆଉ ଜଣଙ୍କୁ ଇଞ୍ଜିନ୍‍ ବନ୍ଦ ହୋଇଯାଇଥିଲା କି ବୋଲି ପଚାରିଥିଲେ । କକପିଟ୍‍ ଭଏସ୍‍ ରେକର୍ଡରରୁ ମିଳିଥିବା ତିଥ୍ୟରୁ ଜଣାପଡିଛି ଯେ ଉଡାଣ ଭରିବା ପରେ ବିମାନଟି ୧୮୦ନଟ୍‍ ବେଗରେ ପହଞ୍ଜିବା ମାତ୍ରେ ଉଭୟ ଇଞ୍ଜିନକୁ ଇନ୍ଧନ ଯୋଗାଣକାରୀ ସ୍ୱିଚ୍‍ ଗୁଡିକ ରନିଂ ମୋଡରୁ କଟଅଫ୍‍ ମୋଡକୁ ଚାଲିଯାଇଥିଲା । ଉଭୟ ସ୍ୱିଚ୍‍ ଗୁଡିକୁ ୧ସେକେଣ୍ଡ ବ୍ୟବଧାନରେ କଟଅଫ୍‍ ହୋଇଯାଇଥିଲା । ଫଳରେ ଏହା ଇଞ୍ଜିନକୁ ଇନ୍ଧନ ଯୋଗାଣ ବନ୍ଦ କରିଦେଇଥିଲା । ବିମାନ ଦୁର୍ଘଟଣା ତଦନ୍ତ ବ୍ୟୁରୋ ପକ୍ଷରୁ ଏହି ବଡ ଖୁଲାସା କରାଯାଇଛି ।