ରାଇରଙ୍ଗପୁର: ବ୍ୟାଙ୍କ ଅଫ୍ ଇଣ୍ଡିଆ ଆଞ୍ଚଳିକ କାର୍ୟ୍ୟାଳୟ ,ବାରିପଦା ପକ୍ଷରୁ ଶୁକ୍ରବାର ଦିନ ବାରିପଦା ହୋଲି ପାଲାସ ଏବଂ ଶନିବାର ଦିନ ରାଇରଙ୍ଗପୁରସ୍ଥିତ ହୋଟେଲ ହିନ୍ଦୁସ୍ତାନ ଇନନ୍ ପରିସରରେ ବୃହତ ଗ୍ରାହକ ସଚେତନତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ୟ୍ୟକ୍ରମରେ ଆଞ୍ଚଳିକ ପ୍ରବନ୍ଧକ କମଳେଶ ରଞ୍ଜନଙ୍କ ପୌରହିତ୍ୟରେ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ତାଙ୍କ ସହିତ ଉପ ଆଞ୍ଚଳିକ ପ୍ରବନ୍ଧକ ନିଶ୍ଚିତ, ବାରିପଦା ଶାଖା ପ୍ରବନ୍ଧକ, ରିଜନ ବର୍ତିଆ, ଏସଏମଇସିସି ମୁଖ୍ୟ ଚିନ୍ମୟ ପାଣିଗ୍ରାହୀ କାର୍ୟ୍ୟକ୍ରମ ପରିଚାଳନା କରିଥିଲେ ।
ବାରିପଦା ହୋଟେଲ ପାଲାସରେ ୩୪ଟି ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖାର ଗ୍ରାହକମାନେ ଉପସ୍ଥିତ ଥିବାବେଳେ ଚିତ୍ତରଞ୍ଜନ ପାତ୍ର ପରିଚାଳନାରେ ସହଯୋଗ କରିଥିଲେ । ସେହିଭଳି ରାଇରଙ୍ଗପୁର ହୋଟେଲ ହିନ୍ଦୁସ୍ତାନ ଇନନ୍ ରେ ୧୮ଟି ବ୍ୟାଙ୍କ ଶାଖାରୁ ଗ୍ରାହକମାନେ ଉପସ୍ଥିତ ଥିବାବେଳେ ଶାଖା ପ୍ରବନ୍ଧକ ରିଜନ ବର୍ତିଆ ପରିଚାଳନାରେ ସହଯୋଗ କରିଥିଲେ । ବ୍ୟାଙ୍କ ଗ୍ରାହକମାନଙ୍କର ଅତି ନିକଟତର ହେବା ସହିତ ଗ୍ରାହକମାନେ ସହଜରେ ଏବଂ ସୁବିଧାରେ ବ୍ୟାଙ୍କ ପ୍ରଦତ୍ତ ବିଭିନ୍ନ ପ୍ରକାରର ଋଣ ଏବଂ ଯୋଜନା ମାନ କିପରି ସହଜ ପ୍ରକ୍ରୀୟାରେ ଲାଭ କରି ପାରିବେ ହେଉଛି ଏହି ଗ୍ରାହକ ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ।
ଦେଶର ଅର୍ଥନୈତିକ ପ୍ରଗତିରେ ବ୍ୟାଙ୍କ ଏବଂ ଗ୍ରାହକମାନଙ୍କ ଭୂମିକା ଅନନ୍ୟ ଓ ଅବର୍ଣ୍ଣନୀୟ । ତେଣୁ ପରସ୍ପର ସହିତ ସୁସମ୍ପର୍କ ରହିବା ଉଚିତ । ବ୍ୟାଙ୍କ ସବୁବେଳେ ଗ୍ରାହକମାନଙ୍କୁ ସମସ୍ୟା ସମାଧାନ ପାଇଁ ସହଯୋଗର ହାତ ବଢ଼ାଇଛି । ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ମତରେ ଗ୍ରାହକ ମାନେ ହେଉଛନ୍ତି ଭଗବାନ । ତେଣୁ ଗ୍ରାହକମାନଙ୍କୁ ବ୍ୟାଙ୍କ ତରଫରୁ ୨୪ ଘଣ୍ଟିଆ ସହଯୋଗର ସେବା ଯୋଗାଇଦିଆଯିବ । ବ୍ୟାଙ୍କ ଆସନ୍ତୁ ସମସ୍ତେ ଯୋଜନା, ସଂରକ୍ଷିତ ଋଣ, ଋଣ ପରିଶୋଧ, ଆକାଉଣ୍ଟ ହିସାବ ସବୁକିଛି ବୁଝିଲେ ବ୍ୟବସାୟ ବଢିବା ସହ ନିଜର ଅର୍ଥନୀତି ବଢିବା ସହ ବ୍ୟାଙ୍କର ଉନ୍ନତି ହେବ ବୋଲି କହିଥିଲେ ଆଞ୍ଚଳିକ ପ୍ରବନ୍ଧକ ।