ବରଗଡ଼ ଜିଲ୍ଲା ପାଇକମାଳ ଥାନା ଗନ୍ଧମାର୍ଦ୍ଦନ ସଂରକ୍ଷିତ ଜଙ୍ଗଲରୁ ପୋଲିସ ବିପୁଳ ପରିମାଣରେ ମାଓବାଦୀ ବ୍ୟବହୃତ ସାମଗ୍ରୀ ଜବତ କରିଛି

ବରଗଡ଼-: ବରଗଡ଼ ଜିଲ୍ଲା ପାଇକମାଳ ଥାନା ଗନ୍ଧମାର୍ଦ୍ଦନ ସଂରକ୍ଷିତ ଜଙ୍ଗଲରୁ ପୋଲିସ ବିପୁଳ ପରିମାଣରେ ମାଓବାଦୀ ବ୍ୟବହୃତ ସାମଗ୍ରୀ ଜବତ କରିଛି । ଡିଭିଏଫ ଟିମ୍ ଅପରେସନ ଜାରି ରଖିଥିବା ସମୟରେ ଏହି ସଫଳତା ମିଳିଥିବା ନେଇ ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଏସପି ପି.ଏସ ମୀନା ସୂଚନା ଦେଇଛନ୍ତି । ଜବତ ସାମଗ୍ରୀ ମଧ୍ୟରେ ଡିଟୋନେଟର, ଟିଫିନ, ଛତା, ପୋଷକ ରହିଅଛି ଯାହାକୁ ମାଓବାଦୀମାନେ ଲୁଚାଇ ରଖିଥିଲେ । ଆତ୍ମସମର୍ପଣ କରିଥିବା ୨କ୍ୟାଡର ମାଓବାଦୀ ମାନଙ୍କୁ ପଚରାଉଚରା ପରେ ସେମାନେ ଦେଇଥିବା ସୂଚନାକୁ ଆଧାର କରି ପୋଲିସ ଅପରେଶନ ଜାରି ରଖି ଏହି ସଫଳତା ପାଇଅଛି ।