ନିଜ ପ୍ରତିଭା ଏବଂ କଠିନ ପରିଶ୍ରମ ବଳରେ ‘ବ୍ରିଟେନ୍ସ ଗଟ୍ ଟାଲେଣ୍ଟ ୨୦୨୫’ରେ ତୃତୀୟ ସ୍ଥାନ ଅଧିକାର କଲେ ଭାରତୀୟ ଝିଅ ବିନିତା ଛେତ୍ରୀ

ନୂଆଦିଲ୍ଲୀ-: ବିଦେଶରେ ଚମକିଲେ ଭାରତୀୟ ଝିଅ । ‘ବ୍ରିଟେନ୍ସ ଗଟ୍ ଟାଲେଣ୍ଟ ୨୦୨୫’ର ଗ୍ରାଣ୍ଡ ଫଇନାଲରେ ଭାରତର ୯ ବର୍ଷୀୟା ବିନିତା ଛେତ୍ରୀ ନିଜ ପ୍ରତିଭା ଏବଂ କଠିନ ପରିଶ୍ରମ ବଳରେ ଛାଡ଼ିଛନ୍ତି ନିଜର ଛାପ । ବିନିତା ଉଚ୍ଚ କୋଟିର  ନୃତ୍ୟ ଦ୍ୱାରା କେବଳ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିନାହାନ୍ତି, ବରଂ ଅନ୍ତର୍ଜାତୀୟ ସ୍ତରରେ ଭାରତର ନାଁକୁ ଉଜ୍ଜ୍ବଳ କରିଛନ୍ତି । ଏହି ଅନ୍ତର୍ଜାତୀୟ ଶୋ’ରେ ସେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ଏବଂ ଏବେ ସାରା ଦେଶରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି ।

ବିନିତା ଛେତ୍ରୀ ‘ବ୍ରିଟେନ୍ସ ଗଟ୍ ଟାଲେଣ୍ଟ’ ଇତିହାସରେ ଫାଇନାଲରେ ପହଞ୍ଚିଥିବା ପ୍ରଥମ ଭାରତୀୟ ପ୍ରତିଯୋଗୀ ପାଲଟିଛନ୍ତି । ଫାଇନାଲରେ ବ୍ରିଟିଶ ଯାଦୁକର ହ୍ୟାରି ମୋଲ୍ଡିଙ୍ଗ୍‌ ଫାଇନାଲରେ ବିଜୟୀ ହୋଇଥିବାବେଳେ ଏଲଇଡି ଡାନ୍ସ ଗ୍ରୁପ୍‌ ‘ଦି ବ୍ଲାକଆଉଟ୍ସ’ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି ।