ଆତଙ୍କୀଙ୍କୁ କ୍ଷମା କରିବୁନି, ଖୋଜି ଖୋଜି ମାରିବୁ ; ଏହି ଲଢେଇ ଆମର ନୁହେଁ ସାରା ବିଶ୍ୱର ଲଢେଇ;ଅମିତ ଶାହ

ରିପୋର୍ଟର୍ସ ଟୁଡେ ବ୍ୟୁରୋ; ପହଲଗାମ୍ ରେ ଆତଙ୍କବାଦୀ ଆକ୍ରମଣ ପରେ ପ୍ରତିଶୋଧ ନିଆଁରେ ଜଳୁଛନ୍ତି ଭାରତବାସୀ । ପାକିସ୍ତାନ ବିରୋଧରେ ବିଭିନ୍ନ ପ୍ରକାର କଟକଣା ଲଗାଇଛି ଭାରତ । ସେପଟେ ଏହି ଘଟଣାରେ ପରେ ମୋଦି କହିଥିଲେ କାହାକୁ ଛଡାଯିବନି । ନିଶ୍ଚୟ ଏହାର ବଦଲା୍ ନେବ ଭାରତ । ଏପଟେ ଅମିତ ଶାହ କହିଛନ୍ତି, ଆତଙ୍କୀଙ୍କୁ କ୍ଷମା କରିବୁନି, ଖୋଜି ଖୋଜି ମାରିବୁ? ଏହି ଲଢେଇ ଆମର ନୁହେଁ ସାରା ବିଶ୍ୱର ଲଢେଇ ।

ଆତଙ୍କବାଦୀଙ୍କ ବିରୋଧରେ ଜିରୋ ଟୋଲେରାନ୍ସ ନୀତି ନିଆଯାଇଛି ।ଆମେ ନିଶ୍ଚୟ ମଜବୁତ ସହ ଯୁଦ୍ଧ କରିବୁ । ଆତତୀଙ୍କ ମୂଳୋତ୍ପାଟନ କରାଯିବ । ଆତଙ୍କବାଦୀ ନଭାବନ୍ତୁ ଯେ ଆମର ନାଗରିକଙ୍କୁ ମାରି ସେମାନେ ଏ ଲଢେଇ ଜିତିଗଲେ । ମୁଁ କିନ୍ତୁ ସବୁ ଆତଙ୍କୀ କହିବାକୁ ଚାହୁଁଛି ଏ ଲଢେଇ ଅନ୍ତ ନାହିଁ ।