ଆଜି ଭୁବନେଶ୍ୱର ଏକ୍ସାଇଜ୍ ଷ୍ଟେସନ୍ ଦ୍ୱାରା ଦୁଇଟି ସ୍ଥାନର ୨୩୦ ଲିଟର ଦେଶୀ ମଦ ଜବତ କରାଯାଇଛି । ପଥରାବନ୍ଧ ବସ୍ତିରେ ୨୦୦ ଲିଟର ଦେଶୀ ମଦ ଏବଂ ଗୋଟିଏ ଆକ୍ଟିଭା ସ୍କୁଟି ଜବତ କରାଯାଇଛି । ଯେଉଁ ସ୍କୁଟିର ରେଜିଷ୍ଟ୍ରେସନ୍ ନମ୍ବର OD-02-BP-2404 । ଏବଂ ଆଚାର୍ୟ୍ୟ ବିହାର ଛକରେ ମୟୂରଭଞ୍ଜ ଜିଲ୍ଲାର ମହୁଲ କରାଚିଆର ଅଭିଯୁକ୍ତ ଲକ୍ଷ୍ମୀକାନ୍ତ ସିଂହଙ୍କ ଠାରୁ ୧୨୦ ଲିଟର ଦେଶୀ ମଦ ଜବତ କରାଯାଇଛି। ସ୍କୁଟି ସମେତ ଜବତ ଦେଶୀ ମଦର ଆନୁମାନିକ ମୂଲ୍ୟ ୧୩୪୦୦୦/- ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।