ନୂଆଦିଲ୍ଲୀ-: ଜମ୍ମୁ ଏବଂ କାଶ୍ମୀରର ପହଲଗାମରେ ଏପ୍ରିଲ ୨୨ ତାରିଖରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନେଇ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଶନିବାର ସମସ୍ତ ଗଣମାଧ୍ୟମ ସଂସ୍ଥା ପାଇଁ ଏକ ପରାମର୍ଶ ଜାରି କରିଛି।
ସରକାର ଗଣମାଧ୍ୟମ ଗୁଡ଼ିକୁ ପ୍ରତିରକ୍ଷା ଅଭିଯାନ ଏବଂ ସୁରକ୍ଷା ବାହିନୀର ଯେକୌଣସି କାର୍ଯ୍ୟକଳାପର ସିଧା ପ୍ରସାରଣ ନ କରିବାକୁ ଅନୁରୋଧ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଜାଣତ କିମ୍ବା ଅଜାଣତରେ ଡିଫେନ୍ସ ସମ୍ପର୍କିତ ଅପରେସନ ଟେଲିକାଷ୍ଟ କରିବା ଦ୍ବାରା ଶତ୍ରୁମାନଙ୍କୁ ତଥ୍ଯ ମିଳିଯାଇପାରେ। ଜମ୍ମୁ ଏବଂ କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ପ୍ରତିରକ୍ଷା ମାମଲା ଉପରେ ରିପୋର୍ଟିଂକୁ ଦୃଷ୍ଟିରେ ରଖି ସରକାରଙ୍କ ଦ୍ୱାରା ଏହି ପରାମର୍ଶ ଜାରି କରାଯାଇଛି।
ଜାରି ହୋଇଥିବା ଆଡଭାଇଜରି ମୁତାବକ, ପ୍ରତିରକ୍ଷା ସଂପର୍କିତ ଖବର ପ୍ରସାରଣ କରିବାକୁ ବାରଣ କରାଯାଇଛି । ସେନାବାହିନୀ ତଥା ସୁରକ୍ଷା କର୍ମୀଙ୍କ ଗତିବିଧି ପ୍ରସାରଣକୁ ମନା କରାଯାଇଛି । ସମ୍ବେଦନଶୀଳ ଖବର ପ୍ରସାରଣକୁ ବାରଣ କରାଯାଇଛି । ଜାତୀୟ ସ୍ବାର୍ଥକୁ ଦୃଷ୍ଟିରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ୟୁଜର୍ସମାନେ ପ୍ରତିରକ୍ଷା ସମ୍ବନ୍ଧୀୟ ଅଭିଯାନ ବେଳେ ଧ୍ୟାନର ସହିତ ରିପୋର୍ଟଂ କରିବା ସହ ଆଇନ ଓ ନିୟମକୁ ପାଳନ କରିବା ଦରକାର । ସେନା ଅପରେସନ ବେଳେ କୌଣସି ରିୟଲ ଟାଇମ୍ କଭରେଜ୍ କିମ୍ବା ଲାଇଭ୍ ଦୃଶ୍ୟ ପ୍ରସାରଣ ବା ସୂତ୍ରରୁ ଆଧାରିତ ସୂଚନା ଉପରେ ରିପୋର୍ଟିଂ ନହେବା ଉଚିତ ।