ହ୍ୟାରି ବ୍ରୁକ୍ ହେଲେ ଇଂଲଣ୍ଡ କ୍ରିକେଟ ଟିମ୍କୁ ମିଳିଲା ନୂଆ ଅଧିନାୟକ

ଗୋଟିଏ ପଟେ ଭାରତରେ ଆଇପିଏଲ ଚାଲିଛି ଏବଂ ସାରା ବିଶ୍ୱର ଖେଳାଳିମାନେ ଏଠାରେ ଖେଳୁଛନ୍ତି, ସେହି ସମୟରେ ଇଂଲଣ୍ଡରେ ଆଉ ଏକ ଘଟଣା ଘଟୁଛି। ଚାମ୍ପିଅନ୍ସ ଟ୍ରଫିରେ ଖରାପ ପ୍ରଦର୍ଶନ ପରେ ଜସ୍ ବଟଲର୍ ହଠାତ୍ ଅଧିନାୟକ ପଦରୁ ଇସ୍ତଫା ଦେବା ପରେ ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ୍ ବୋର୍ଡ ନୂତନ ଅଧିନାୟକ ଖୋଜୁଥିଲା। ଏବେ ସେମାନେ ଜୋସ୍ ବଟଲରଙ୍କ ସ୍ଥାନରେ ଆଉ ଜଣେ ଅଧିନାୟକଙ୍କ ନାମ ଘୋଷଣା କରିଛନ୍ତି |

ନୂତନ ଅଧିନାୟକ ଏବେ ଟି-୨୦ ଆନ୍ତର୍ଜାତୀୟ ଏବଂ ଏକଦିବସୀୟରେ ଦଳର ଦାୟିତ୍ୱ ନେବେ। ଏହି ଦାୟିତ୍ୱ ହ୍ୟାରି ବ୍ରୁକଙ୍କୁ ଦିଆଯାଇଛି। ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ୍ ବୋର୍ଡ ହ୍ୟାରି ବ୍ରୁକଙ୍କୁ ଟି-୨୦ ଅନ୍ତର୍ଜାତୀୟ ଏବଂ ଏକଦିବସୀୟ ଦଳର ନୂତନ ଅଧିନାୟକ ଭାବରେ ଘୋଷଣା କରିଛି। ତଥାପି, ବେନ୍ ଷ୍ଟୋକ୍ସ ପୂର୍ବପରି ଟେଷ୍ଟ କ୍ରିକେଟର ଅଧିନାୟକ ରହିବେ। ପୂର୍ବରୁ, ଜସ୍ ବଟଲର୍ ଟି-୨୦ ଅନ୍ତର୍ଜାତୀୟ ଏବଂ ଏକଦିବସୀୟ ଦଳର ଅଧିନାୟକ ଥିଲେ। ପ୍ରାୟ ୨୬ ବର୍ଷ ବୟସ୍କ ହ୍ୟାରି ବ୍ରୁକ୍ ୨୦୨୨ ମସିହାରେ ଡେବ୍ୟୁ କରିଥିଲେ, ସେବେଠାରୁ କିଛି ମ୍ୟାଚ୍ ବ୍ୟତୀତ ସେ ନିରନ୍ତର ଖେଳୁଛନ୍ତି।

 ହ୍ୟାରି ବ୍ରୁକ୍ ବର୍ତ୍ତମାନ ଆଇସିସି ଟେଷ୍ଟ ରାଙ୍କିଙ୍ଗରେ ଦ୍ୱିତୀୟ ନମ୍ବର ବ୍ୟାଟସମ୍ୟାନ୍। ଏହା ପୂର୍ବରୁ, ସେ ଜସ୍ ବଟଲରଙ୍କ  ଅଧିନାୟକତ୍ୱରେ ଦିନିକିଆ ଏବଂ ଟି ୨୦ରେ ଉପ-ଅଧିନାୟକ ଭାବରେ କାର୍ଯ୍ୟ କରୁଥିଲେ। ଅଧିନାୟକତ୍ୱ ଦାୟିତ୍ୱ ହ୍ୟାରି ବ୍ରୁକଙ୍କ ପାଇଁ ନୂଆ ହେବ ନାହିଁ କାରଣ ସେ ପୂର୍ବରୁ ଇଂଲଣ୍ଡ ୧୯ ବର୍ଷରୁ କମ୍ ଦଳର ଅଧିନାୟକତ୍ୱ କରିସାରିଛନ୍ତି। ହ୍ୟାରି ବ୍ରୁକ୍ ମଧ୍ୟ ଆଇପିଏଲରେ ଖେଳିବାକୁ ଯାଉଥିଲେ।

England’s Harry Brook plays a shot during the ICC Champions Trophy one-day international (ODI) cricket match between England and South Africa at National Stadium in Karachi on March 1, 2025. (Photo by Asif HASSAN / AFP)

ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟ ତାଙ୍କୁ ନିଜ ଦଳରେ ସାମିଲ କରିଥିଲା, କିନ୍ତୁ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ ସେ ଆସିବାକୁ ମନା କରିଦେଇଥିଲେ। ଏଥିପାଇଁ ସେ ବ୍ୟକ୍ତିଗତ କାରଣ ଦର୍ଶାଇଥିଲେ। ଏହା ପରେ, ନୂତନ ନିୟମ ଅନୁସାରେ, ବିସିସିଆଇ ତାଙ୍କୁ ଦୁଇ ବର୍ଷ ପାଇଁ ବାସନ୍ଦ ମଧ୍ୟ କରିଛି। ଏହାର ଅର୍ଥ ହେଉଛି ଏବେ ହ୍ୟାରି ବ୍ରୁକ୍ ଦୁଇ ବର୍ଷ ପାଇଁ ଆଇପିଏଲ୍ ଖେଳିପାରିବେ ନାହିଁ।