କଲେଜ ଫେୟାରୱେଲ କାର୍ଯ୍ୟକ୍ରମ ଭାଷଣା ଦେଉଥିବା ବେଳେ ଚାଲିଗଲା ଜୀବନ

ମହାରାଷ୍ଟ୍ର : ମୃତ୍ୟୁ କେତେବେଳେ ଓ କାହାକୁ ଆସିବ ତାହା କାହାକୁ ଜଣାନାହିଁ ।  କୁହାଯାଏ ମୃତ୍ୟୁର ନିଦ୍ଧିଷ୍ଟ ବୟସ ନାହିଁ । କିଏ ଚାଲୁଥିବା ସମୟରେ ତ ଆଉ କିଏ ନାଚୁଥିବା ସମୟରେ ତ ଆଉ କିଏ କହୁଥିବା ସମୟରେ ମୃତ୍ୟୁର ଶିକାର ହୋଇଛନ୍ତି । ହଁ ଆଜ୍ଞା ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମହାରାଷ୍ଟ୍ର ଧାରାଶିବ ଜିଲ୍ଲାରେ ।

ସୂଚନା ଅନୁଯାୟୀ , ମହାରାଷ୍ଟ୍ର ଧାରାଶିବ ଜିଲ୍ଲାର ସିନ୍ଦେ କଲେଜର ଏକ ଘଟଣା ଆପଣଙ୍କୁ ଭାବୁକ କରିବ ନିଶ୍ଚୟ । ଫେୟାରୱେଲ କାର୍ଯ୍ୟକ୍ରମ ଥିଲା, ଫେୟାରୱେଲ ଭାଷଣ ଦେଉଥିଲେ ୨୦ ବର୍ଷୀୟା ଛାତ୍ରୀ ବର୍ଷା ଖରାତ୍ । ବେଶ୍ ଖୁସି ମିଜାଜରେ ଥିଲେ ।  ହସି ହସି ଜୁନିଅର ଓ ଶିକ୍ଷକଙ୍କୁ ସମ୍ବୋଧନ ବି କଲେ । ମାତ୍ର କେଇ ମିନିଟ ପରେ ହଠାତ୍ ଷ୍ଟେଜ୍ ଉପରେ କଚାଡି ହୋଇ ପଡିଗଲେ । କିଛି ବୁଝିପାରିଲେନି ଛାତ୍ରଛାତ୍ରୀ ଓ ଶିକ୍ଷକ । ମୁହଁରେ ପାଣି ଛିଞ୍ଚି ଚେତା ଫେରାଇଆଣିବାକୁ ଚେଷ୍ଟା କଲେ । ହେଲେ କିଛି ଲାଭ ନହେବାରୁ ତାଙ୍କୁ ନିକଟସ୍ଥ ସରକାରୀ ହସ୍ପିଟାଲକୁ ନେଇଗଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।