ମୁମ୍ବାଇ: ବଲିଉଡର ଜଣାଶୁଣା ଅଭିନେତା ସୋନୁ ସୁଦଙ୍କ ପତ୍ନୀଙ୍କ କାର ଦୁର୍ଘଟଣାଗ୍ରସ୍ତ ।ମୁମ୍ବାଇ – ନାଗପୁର ହାଇୱେ ନିକଟରେ ହୋଇଛି ଏହି ଦୁର୍ଘଟଣା ଏହି ଦୁର୍ଘଟଣାରେ ସୋନାଲି ସୁଦଙ୍କ ବ୍ୟତୀତ ତାଙ୍କ ପରିବାରର ଅନ୍ୟ ଲୋକ ମଧ୍ୟ ରହିଥିଲେ ।
ଏଥିରେ ସୋନୁ ସୁଦଙ୍କ ପତ୍ନୀଙ୍କ ସମେତ ତାଙ୍କ ଭଉଣୀ ଏବଂ ଭଣଜା ଦୁର୍ଘଟଣାର ଶିକାର ହୋଇଯାଇଛନ୍ତି । ଏହା ସହ ସୋନାଲି ସୁଦଙ୍କ କାର ଖଣ୍ଡ ଖଣ୍ଡ ହୋଇଯାଇଥିବା ଦେଖାଯାଉଛି । ତେବେ ତାଙ୍କ କାରକୁ ଏକ ଟ୍ରକ ଧକ୍କା ଦେଇଥିବାରୁ ଏଭଳି ଦୁର୍ଘଟଣା ଘଟିଥିବା କୁହାଯାଉଛି।
ସୂଚନା ଅନୁଯାୟୀ , ଏହି ଦୁର୍ଘଟଣାରେ ସୋନୁ ସୁଦଙ୍କ ପତ୍ନୀଙ୍କ ସମେତ ତାଙ୍କ ଭଉଣୀ ଏବଂ ଭଣଜ ମଧ୍ୟ ରହିଥିଲେ । ଖବର ପାଇବା ମାତ୍ରେ ସୋନୁ ସୁଦ ହସ୍ପିଟାଲରେ ପହଞ୍ଚିଥିଲେ । ଦୁର୍ଘଟଣାରେ କାରଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ବୋଲି ଫଟୋରେ ଦେଖିବାକୁ ମିଳିଛି । ସୋନୁ ସୁଦଙ୍କ ପତ୍ନୀ ସୋନାଲି ଏବଂ ତାଙ୍କ ଭଣଜା ମାକ୍ସ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି । ସୋନୁଙ୍କ ଭଉଣୀଙ୍କୁ ସାମାନ୍ୟ ଆଘାତ ଲାଗିଥିବାର ଜଣାପଡିଛି ।
କିନ୍ତୁ ସୋନାଲି ଓ ତାଙ୍କ ଭଣଜାଙ୍କୁ ୪୮ ରୁ ୭୨ ଘଣ୍ଟା ପର୍ଯ୍ୟନ୍ତ ସେମାନଙ୍କୁ ନୀରକ୍ଷଣ କରାଯିବ । ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍ ନହେବା ପର୍ଯ୍ୟନ୍ତ ସମସ୍ତ ପ୍ରକାରର ଚିକିତ୍ସା ଦିଆଯିବ । କିନ୍ତୁ ଏପର୍ଯ୍ୟନ୍ତ ସୋନୁ ସୁଦଙ୍କର ଏହି ଦୁର୍ଘଟଣାକୁ ନେଇ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।
ଉଲ୍ଲେଖଯୋଗ୍ୟ , ସୋନୁ ସୁ ୧୯୯୬ ମସିହାରେ ସୋନାଲି ସୁଦଙ୍କ ସହ ପ୍ରେମ ବିବାହ କରିଥିଲେ ।