ସୁବର୍ଣ୍ଣପୁର (ଓମ୍ ପ୍ରକାଶ ମିଶ୍ର) ;-ସୁବର୍ଣ୍ଣପୁର ଜିଲ୍ଲାରେ ମାର୍ଚ୍ଚ ୧୫ ଓ ୧୬ ପ୍ରବଳ ଖରା ଅନୁଭୂତ ହେବ। ଆସନ୍ତା କାଲି ଶନିବାର ଏବଂ ରବିବାର ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବଢିବ ତାତି। ଏ ନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଓରେଞ୍ଜ ୱାର୍ଣ୍ଣିଂ ସୁବର୍ଣ୍ଣପୁର ଜିଲ୍ଲା ପାଇଁ ଜାରି କରିଥିବା ବେଳେ ତାପମାତ୍ରା ୪୦ ଡିଗ୍ରୀ ଉପରକୁ ଉଠିପାରେ ବୋଲି ଆକଳନ କରିଛି ବିଭାଗ। ସେପଟେ ପ୍ରବଳ ଖରାକୁ ଦୃଷ୍ଟିରେ ରଖ୍ ଖରା ସମୟରେ ବାହାରକୁ ଯେତେ କମ ହେବ ବାହାରିବା ସହ ମାଦକ ଦ୍ରବ୍ୟ ସେବନ ରୁ ଦୂରେଇ ରହିବା ପାଇଁ ସ୍ବାସ୍ଥ୍ୟ ଅଧିକାରୀ ପରାମର୍ଶ ଦେଇଛନ୍ତି।