କିଟ୍ ଛାତ୍ରୀ ମୃତ୍ୟୁ ମାମଲାରେ ପୁଣି ୬ ଜଣଙ୍କୁ ହାଜର ନୋଟିସ୍ । ଉଚ୍ଚସ୍ତରୀୟ କମିଟି ପାଖରେ ଆସନ୍ତା ୨୭ ତାରିଖରେ ହାଜର ନିଦେ୍ର୍ଦଶ ଦିଆଯାଇଛି । ୬ ଜଣଙ୍କୁ ନୋଟିସ କଲେ ଉଚ୍ଚ ଶିକ୍ଷା ବିଭାଗ ନିଦେ୍ର୍ଦଶକ । ଚିଫ୍ ପ୍ରୋକ୍ଟର ପକେ ପଟ୍ଟନାୟକଙ୍କୁ ନୋଟିସ୍ । ହଷ୍ଟେଲ କୁଇନ କାଷ୍ଟଲ ଅଧୀକ୍ଷକ ସଂହିତା ମିଶ୍ରଙ୍କୁ ନୋଟିସ । ଆସିଷ୍ଟାଣ୍ଟ ଡାଇରେକ୍ଟର ସ୍ମରିକା ପତିଙ୍କୁ ନୋଟିସ । ଆଇସି ମୁଖ୍ୟ ଇପ୍ସିତା ଶତପଥୀଙ୍କୁ ହାଜର ନୋଟିସ । ଆଡ୍ମିନିଷ୍ଟ୍ରେଟିଭ ଅଫିସର ସିଦ୍ଧାର୍ଥ ରାୟଙ୍କୁ ନୋଟିସ ।

ତେବେ ଏହା ପୂର୍ବରୁ କିଟ ମାମଲାରେ ୫ ଜଣଙ୍କୁ ପୋଲିସ ଗିରଫ କରିଥିଲା । ୩ ନିର୍ଦେଶକଙ୍କ ସହ ୨ ସୁରକ୍ଷା କର୍ମୀ ଏଥିରେ ସାମିଲ ଥିଲେ । ମାନବ ସମ୍ବଳ ନିଦେ୍ର୍ଦଶକ ଶିବାନନ୍ଦ ମିଶ୍ର, ହଷ୍ଟେଲ ନିଦେ୍ର୍ଦଶକ ସୁଧୀର ରଥ,ପ୍ରଶାସନିକ ନିଦେ୍ର୍ଦଶକ ପ୍ରତାପ ଚମ୍ପତି ଏବଂ ୨ ସୁରକ୍ଷା କର୍ମୀ ରମାକାନ୍ତ ନାୟକ, ଯେଗେନ୍ଦ୍ର ବେହେରାଙ୍କୁ ଗିରଫ କରିଥିଲା ଇନଫୋସିଟି ଥାନା ପୋଲିସ । ଗିରଫ ପରଦିନ ଏହି ପାଞ୍ଚଜଣଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ JMFC -2 କୋର୍ଟ ।
