ରାଉଲକେଲା ଷ୍ଟାଣ୍ଡରେ ମୋ ବସ ରଖି କର୍ମଚାରୀଙ୍କ ଆନ୍ଦୋଳନ

ରାଉଲକେଲା: ରାଉରକେଲା ମୋ ବସ୍ ସେବା ଠପ୍ ହୋଇଯାଇଛି। କରିଛନ୍ତି । କର୍ମଚାରୀଙ୍କୁ ମାଡ଼ ମାରିବା ପ୍ରତିବାଦରେ ଏକାଠି ହୋଇ ଆନ୍ଦାଳନକୁ ଓହ୍ଲାଇ ଛନ୍ତି। ଏକା ସାଙ୍ଗରେ ୧୦୦ ବସ ରଖି କାର୍ୟ୍ୟାନୁଷ୍ଠାନ ଦାବିରେ ଆନ୍ଦୋଳନ ।ପ୍ରାୟ ୩ ଘଣ୍ଟା ଧରି ପ୍ରତିବାଦ କରୁଛନ୍ତି ବସ୍ କର୍ମଚାରୀ।ଯେଉଁଥିପାଇଁ ସହରବାସୀ ନାହିଁନଥିବା ଅସୁବିଧାରେ ପଡ଼ିଛନ୍ତି। ସୂଚନା ଅନୁଯାୟୀ, ଗାନ୍ଧୀ ରୋଡ଼ରେ ବସ ଧକ୍କାରେ କୁକୁର ମୃତ୍ୟୁର ଆକ୍ରମଣ ହୋଇଥିଲା । ବସ ଡ୍ରାଇଭର ସହ କର୍ମଚାରୀଙ୍କୁ ମାଡ଼ ମାରିଥିଲେ ସ୍ଥାନୀୟ ଯୁବକ ।ଏନେଇ ଆନ୍ଦୋଳନ କରିଥିଲେ ବସ କର୍ମଚାରୀ । ଏହି ଖବର ପାଇ ବସ୍ ଷ୍ଟାଣ୍ଡରେ ପହଞ୍ଚିଥିଲେ ଡିଏସ୍ପି ନିର୍ମଳ କୁମାର ମହାପାତ୍ର। ସେ ବସ୍ କର୍ମଚାରୀଙ୍କୁ ବୁଝାସୁଝା କରିଥିଲେ। କିନ୍ତୁ ବସ୍ କର୍ମଚାରୀମାନେ ନିଜ ଜିଦ୍ରେ ଅଟଳ ରହିଥିଲେ। ମାମଲା ରୁଜୁ କରିବା ସହିତ ମାଡ଼ ମାରିଥିବା ୩ ଯୁବକଙ୍କୁ ଗିରଫ କରାଯାଉ ବୋଲି ଦାବି କରିଥିଲେ।