ଅନୁଗୋଳ /ସୁଧାକର ସାହୁ: ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦନ୍ତା ହାତୀର ମୃତ୍ୟୁ । ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଧଣ୍ଡାତୋପା ରେଞ୍ଜ ଅନ୍ତର୍ଗତ ସାପଘରା ପଞ୍ଚାୟତ ଶିରିଶକଟା ଜଙ୍ଗଲ ମଧ୍ୟରୁ ଏକ ଦନ୍ତା ହାତୀର ମୃତ ଶରୀର ଉଦ୍ଧାର କରିଛି ବନବିଭାଗ l ଜନ୍ତୁ ଶିକାର ପାଇଁ ବିଛା ହୋଇଥିବା ବିଦ୍ୟୁତ ତାର ଯୋଗୁଁ ଦନ୍ତା ହାତୀର ମୃତ୍ୟୁ ହୋଇଥିବା ସୂଚନା ମିଳୁଛି l ଆଠମଲ୍ଲିକ ଅଞ୍ଚଳରେ ଦୀର୍ଘ ଦିନର ବ୍ୟବଧାନ ପରେ ହାତୀ ମୃତ୍ୟୁ ହେଇଥିବା ଦେଖିବାକୁ ମିଳିଥିବା ବେଳେ, ଘଟଣା ସ୍ଥଳରେ ବନ ବିଭାଗ ପହଞ୍ଚି ଦତନ୍ତ ଆରମ୍ଭ କରିଛି। ସ୍ଥାନୀୟ ଲୋକ ଙ୍କ କହିବାନୁଯାୟୀ ବନ ବିଭାଗ ସହିତ ସାଧାରଣ ଲୋକଙ୍କ ସୁ ସମ୍ପର୍କ ନ ଥିବାରୁ ବିଭିନ୍ନ ସମୟରେ ବନ୍ୟ ଜନ୍ତୁ ପ୍ରାଣୀ ଙ୍କର ମୃତ୍ୟୁ ଘଟୁଛି l ବିଭିନ୍ନ ସମୟରେ ଧଣ୍ଡାତୋପା ରେଞ୍ଜ ରେ ବନ୍ୟ ଜନ୍ତୁ ଙ୍କ ଶିକାର ହୋଇ ଥିବାବେଳେ ସ୍ଥାନୀୟ ରେଞ୍ଜର ଙ୍କ କାର୍ଯ୍ୟ କଳାପ ଏବେ ସନ୍ଦେହ ଘେରରେ ଥିବା ସାଧାରଣରେ ଚର୍ଚ୍ଚା ହେଉଛି l ଏ ଘଟଣା କୁ ନେଇ DFO ରେଞ୍ଜର ଅଧିକାରୀ ଙ୍କୁ ଘଣ୍ଟ ଘଡାଇ ବାକୁ ଚେଷ୍ଟା କରୁଥିବା ସାଧାରଣ ରେ ଅନୁମାନ କରାଯାଉଛି ।