ଜବତ ହେଲା ୨୦ଲକ୍ଷ ଟଙ୍କାର ବାଣ, ୨ବ୍ୟବସାୟୀ ଅଟକ

ରାଉରକେଲା– ରାଉରକେଲା ସହରର ମୁଖ୍ୟ ବଜାର ଅଁଚଳରେ ବେଆଇନ ଭାବେ ବାଣ ରଖି ବେପାର ଚଳାଇଥିବା ସଂପର୍କରେ ଖବର ପାଇ ଆଜି ସେହି ଦୋକାନରେ ପୁଲିସ ଚଢାଉ କରି ପ୍ରାୟ ୨୦ ଲକ୍ଷ ଟଙ୍କାର ବାଣ ଜବତ କରିଛି । ଏହି ବାଣ ମଧ୍ୟରେ ନାନା କିସମର ବାଣ ଓ ଦାମୀ ନାଣ ରହିଥିବା ଜଣାପଡିଛି । ଏହି ବ୍ୟକ୍ତି ଜଣକ ସହରରେ ରୁପସିଙ୍ଗାର ନାମକ ଦୋକାନ ଚଳାଇବା ସହ ଏଭଳି କାରବାର ଦୀର୍ଘ ଦିନ ହେଲା କରିଆସୁଥିଲେ ବୋଲି କୁହାଯାଉଛି ।

ତେବେ ବାଣ ବିକା ଲାଗି କୌଣସି ଲାଇସେନ୍ସ ଦେଖାଇ ନପାରିବାରୁ ସମସ୍ତ ବାଣକୁ ପୁଲିସ ଜବତ କରିବା ସହ ଦୋକାନରେ ଥିବା ବ୍ୟକ୍ତି ମାନଙ୍କୁ ଥାନାକୁ ନେଇ ପଚରା ଉଚରା ଜାରି ରଖିଛି ।