ଧର୍ମପତ୍ନୀଙ୍କ ସହ ଆସି ମହାବାହୁଙ୍କ ଦର୍ଶନ କଲେ ନୂତନ ଡିଜି ୱାଇ.ବି.ଖୁରାନିଆ

ପୁରୀ : ଶ୍ରୀ ମନ୍ଦିର ଆସି ମହାପ୍ରଭୁଙ୍କ ଦର୍ଶନ କଲେ ରାଜ୍ୟ ପୋଲିସ ମହାନିର୍ଦେଶକ ୱାଇ.ବି.ଖୁରାନିଆ । ନୂଆ କରି ଦାୟିତ୍ୱ ନେବା ପରେ ଆଜି ଶ୍ରୀ ମନ୍ଦିର ଆସି ଚତୁର୍ଦ୍ଧା ବିଗ୍ରହଙ୍କୁ ଦର୍ଶନ କରିବା ସହ, ଲଷ୍ମୀ ମନ୍ଦିର, ବଟ ଗଣେଶ, ଅନ୍ଯାନ୍ୟ ପାର୍ଶ୍ଵ ଦେବଦେବୀଙ୍କୁ ଦର୍ଶନ କରିଥିଲେ । ଦର୍ଶନ କରିସାରିବା ପରେ ପୁରୀ ପୋଲିସ ପକ୍ଷରୁ ମହାପ୍ରଭୁଙ୍କୁ ଖଣ୍ଡୁଆ ପ୍ରଦାନ କରାଯାଇଥିଲା । ମହାପ୍ରଭୁଙ୍କୁ ଦର୍ଶନ କରି ଆର୍ଶୀବାଦ ନେବା ସହ ଶ୍ରୀମନ୍ଦିର ସୁରକ୍ଷାକୁ ପ୍ରାଥମିକତା ଦିଆଯିବ । ଏବଂ ଭକ୍ତଙ୍କ ଦର୍ଶନ ଓ ସୁରକ୍ଷାକୁ ମଧ୍ୟ ପ୍ରାଥମିକତା ପ୍ରଦାନ କରାଯିବ ବୋଲି କହିଥିଲେ l ଏହା ବ୍ୟତୀତ ଖୁରାନିଆ କହିଛନ୍ତି , ଡେପୁଟେସନରେ ଥିବା ସମୟରେ ମହାପ୍ରଭୁଙ୍କୁ ସବୁବେଳେ ମନେ ପକାଉଥିଲି ଆଜି ଦର୍ଶନ କରିବାର ସେ ସୌଭାଗ୍ୟ ପାଇଲି । ମନ୍ଦିର ସୁରକ୍ଷା ନେଇ ସମୀକ୍ଷା ଜାରି ରହିଛି। ଖୁବଶୀଘ୍ର ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ବାଟାଲିୟନ ନିଯୁକ୍ତି କରାଯିବ। ଶ୍ରୀମନ୍ଦିର ଦର୍ଶନ ବ୍ଯବସ୍ଥା ନେଇ ସ୍ଥିତି ସମିକ୍ଷା ପ୍ରସଙ୍ଗ ଆସିଲେ AI ଦର୍ଶନ ବ୍ଯବସ୍ଥା ଉପରେ ଅନୁଶୀଳନ କରାଯିବ ବୋଲି ପ୍ରତିକ୍ରିୟା ରଖିଲେ ପୋଲିସ ଡିଜି ୱାଇ. ବି. ଖୁରାନିୟା । ତେବେ ପୋଲିସ ଡ଼ିଜିଙ୍କ ସହ ତାଙ୍କ ଧର୍ମ ପତ୍ନୀ ମଧ୍ୟ ମହାପ୍ରଭୁଙ୍କ ଦର୍ଶନ କରିଥିଲେ ।