ଭୁବନେଶ୍ୱର : ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକଙ୍କୁ ନିର୍ବାଚନରେ ମିଥ୍ୟା ସତ୍ୟପାଠ ଦାଖଲ ନେଇ ହାଇକୋର୍ଟ ସମନ ଜାରି କଲେ । ରସିଦ ଅସଲମ ନାମକ ଜଣେ ଭୋଟର ସାରଦାଙ୍କ ନାଁରେ ମାମଲା ଦାଏର କରିଥିଲେ । ଏହି ମାମଲାର ପରବର୍ତ୍ତୀ ଶୁଣାଣି ରହିଛି ୨୭ ଅଗଷ୍ଟ । ଭୋଟର ଜଣକ ପୂର୍ବରୁ ବିଜେପି ନେତା ତଥା ପରାଜିତ ପ୍ରାର୍ଥୀ ଦିଲ୍ଲୀପ ରାୟ ବି ସାରଦାଙ୍କ ବିରୋଧରେ ମିଥ୍ୟା ସତ୍ୟପାଠ ଦାଖଲ ଅଭିଯୋଗରେ ମାମଲା ଦାଏର କରିଥିଲେ । ସାରଦା ପ୍ରଥମ ନୁହନ୍ତି ଏହା ପୂର୍ବରୁ ରାଜ୍ୟର ଅନେକ ବିଧାୟକଙ୍କ ନାମରେ ଏଭଳି ଅଭିଯୋଗ ଆସିଛି । ଏବଂ ହାଇକୋର୍ଟଙ୍କ ପକ୍ଷରୁ ସମନ ଜାରି କରାଯାଇଛି । ବ୍ରହ୍ମପୁର,ପାଟଣାଗଡ଼, ଯାଜପୁର ଲୋକସଭା,ବାସୁଦେବପୁର, ଭୁବନେଶ୍ୱର ଏକାମ୍ର, କଣ୍ଟାବାଞ୍ଜି, ଭୁବନେଶ୍ୱର ମଧ୍ୟ ଇତ୍ୟାଦିର ନିର୍ବାଚିତ ବିଧାୟକଙ୍କ ବିରୋଧରେ ସମନ ମାମଲା ଆସିଛି ।