ବିଶ୍ୱ ଦକ୍ଷତା କେନ୍ଦ୍ରର ‘ ସ୍କୁଲ ଅଫ ସର୍ଭିସେସ’ ବିଭାଗରେ ନାମଲେଖା ଲାଗି ଅନଲାଇନ ଆବେଦନ ଆରମ୍ଭ

ଭୁବନେଶ୍ୱର:ବର୍ତ୍ତମାନ  ସମୟରେ ଦେଶ ବିଦେଶରେ ବ୍ୟୁଟି ଥେରାପି ଏବଂ ହେୟାର ଡ୍ରେସିଂ କ୍ଷେତ୍ରରେ ଭଲ ଚାହିଦା ରହିଛି । ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ରର “ସ୍କୁଲ ଅଫ୍ ସର୍ଭିସେସ୍’ ବିଭାଗ ଅଧୀନରେ ଅତ୍ୟାଧୁନିକ “ବ୍ୟୁଟି ଆଣ୍ଡ ୱେଲନେସ୍’ (ବ୍ୟୁଟି ଥେରାପି ଏବଂ ହେୟାର ଡ୍ରେସିଂ) ପାଠ୍ୟକ୍ରମରେ ନାମଲେଖା ଲାଗି ଅନଲାଇନ ଆବେଦନ ଆହ୍ୱାନ କରାଯାଇଛି । ୨୦୨୪-୨୫ ଶିକ୍ଷାବର୍ଷର ସେପ୍ଟେମ୍ବର ସେସନ ଲାଗି ବିଶ୍ୱ ଦକ୍ଷତା କେନ୍ଦ୍ରରେ “ସ୍କୁଲ ଅଫ୍ ଇଞ୍ଜିନିୟରିଂ’ ବିଭାଗର ମୋଟ ୬ଟି ପାଠ୍ୟକ୍ରମରେ ନାମଲେଖା ଲାଗି ଆବେଦନ ପ୍ରକ୍ରିୟା ଚାଲିଛି । ଏବେ ସ୍କୁଲ ଅଫ୍ ସର୍ଭିସେସ୍ ବିଭାଗର “ବ୍ୟୁଟି ଆଣ୍ଡ ୱେଲନେସ୍’ ପାଠ୍ୟକ୍ରମରେ ନାମଲେଖା ଲାଗି ଜୁନ ୩୦ରୁ ଅନଲାଇନ ଆବେଦନ ଆରମ୍ଭ ହେଉଛି । ଅବେଦନ ଗ୍ରହଣର ଶେଷ ତାରିଖ ହେଉଛି ଅଗଷ୍ଟ ୩୦ । ଏହି ପଠ୍ୟକ୍ରମର ଅବଧି ୧ ବର୍ଷ । “ବ୍ୟୁଟି ଆଣ୍ଡ ୱେଲନେସ୍’ ପାଠ୍ୟକ୍ରମ ଅଧୀନରେ ମେକଅପ୍, ନେଲ୍ ସର୍ଭିସେସ୍, ସ୍କିନ କେୟାର, ମସାଜ ଥେରାପି, ହେଡ୍ ଆଣ୍ଡ ସ୍କାଲ୍ପ ଟ୍ରିଟମେ ସ, ହେୟାର ଷ୍ଟାଇଲିଂ, ହେୟାର କଟିଂ ଏବଂ ହେୟାର କଲରିଂ ଆଦି ମଡ୍ୟୁଲ ରହିଛି । କୌଣସି ବିଷୟରେ +୨ କିମ୍ବା ଡିପ୍ଲୋମା କରିଥିବା ପ୍ରାର୍ଥୀମାନେ ଏହି ପାଠ୍ୟକ୍ରମ ଲାଗି ଆବେଦନ କରିପାରିବେ । ଏହାପରେ ପର୍ସନାଲ ଇ ରଭ୍ୟୁ ମାଧ୍ୟମରେ ପ୍ରାର୍ଥୀମାନଙ୍କୁ ନାମଲେଖା ପାଇଁ ଚୟନ କରାଯିବ । ବିଶ୍ୱ ଦକ୍ଷତା କେନ୍ଦ୍ରର ୱେବସାଇଟ୍ www.worldskillcenter.orgରେ ପ୍ରାର୍ଥୀମାନେ ପଞ୍ଜୀକରଣ କରିବା ସହ ସଂପୃକ୍ତ ପାଠ୍ୟକ୍ରମ ଲାଗି ଫର୍ମ ପୂରଣ କରିପାରିବେ । ଏହି ବିଷୟରେ ଅଧିକ ଜାଣିବା ପାଇଁ ପ୍ରାର୍ଥୀମାନେ ୧୮୦୦ ୨୬୬ ୬୦୦୨ ନମ୍ବରରେ କଲ୍ କରିବାକୁ କେନ୍ଦ୍ର ପକ୍ଷରୁ ଅନୁରୋଧ କରାଯାଇଛି । ବିଶ୍ୱ ଦକ୍ଷତା କେନ୍ଦ୍ରରେ ଛାତ୍ରଛାତ୍ରୀଙ୍କ ରହିବା ଲାଗି ହଷ୍ଟେଲ, ଖାଇବା, ୟୁନିଫର୍ମ ଏବଂ ଯିବା ଆସିବା ଲାଗି ବସ୍ ସୁବିଧା ଆଦି ମାଗଣାରେ ଦିଆଯାଉଛି ।

ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଅଧୀନରେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ପକ୍ଷରୁ ବିଶ୍ୱ ଦକ୍ଷତା କେନ୍ଦ୍ର ସ୍ଥାପନ କରାଯାଇଛି । ଏହି କେନ୍ଦ୍ରରେ ଅନ୍ତର୍ଜାତୀୟ ଢା ।ର ପାଠ୍ୟକ୍ରମ ସହ ଆବଶ୍ୟକ ଭି ଭୂମି ଓ ଅତ୍ୟାଧୁନିକ ଲାବୋରେଟୋରି ରହିଛି । ଏହି କେନ୍ଦ୍ରରେ ଫିନିସିଙ୍ଗ ସ୍କୁଲ ଢା ।ରେ ଯୁବକ ଯୁବତୀମାନଙ୍କୁ ଆବଶ୍ୟକ ଶିକ୍ଷା ଓ ତାଲିମ ଦିଆଯାଇ ସେମାନଙ୍କୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ଶିଳ୍ପ ଓ ସେବା କ୍ଷେତ୍ର ଲାଗି ପ୍ରସ୍ତୁତ କରାଯାଉଛି ।