ଭୁବନେଶ୍ୱର: ରାୟଗଡା କାଶୀପୁର ଅଜଣା ରୋଗ ଘଟଣାରେ ହସ୍ତକ୍ଷେପ କଲେ ମୁଖ୍ୟମନ୍ତ୍ରୀ ମେହନ ମାଝୀ । ଘଟଣା ଉପରେ ନଜର ରଖିବାକୁ ସ୍ୱାସ୍ଥ୍ୟ ବିଭାଗ ଏବଂ ଆରଏମଆରସି କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ । ଅଜଣା ରୋଗର କାରଣ ଖୋଜିବା ସହ ରୋଗ କିଭଳି ନିୟନ୍ତ୍ରଣ ହେବ । , ସେନେଇ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ସ୍ଥାନୀୟ ଅଞ୍ଚଳରେ ରାସ୍ତା ଏବଂ ପାନୀୟ ଜଳ ବ୍ୟବସ୍ଥା କରିବାକୁ ମଧ୍ୟ ପଞ୍ଚାୟତିରାଜ ବିଭାଗକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ହେଇଛନ୍ତି । ବର୍ତ୍ତମାନ ସୁଦ୍ଧା ରାୟଗଡାରେ ଅଜଣା ରୋଗରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।