ଆସନ୍ତା ୨୬ରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ

କଟକ: ଆସନ୍ତା ୨୬ ତାରିଖରେ ପ୍ରକାଣ ପାଇବ ମାଟ୍ରିକ ପରୀକ୍ଷା ଫଳ । ଆସନ୍ତା ରବିବାର ସକାଳ ସାଢେ ୧୦ ଟାରେ ରେଜଲ୍ଟ ପ୍ରକାଶ ପାଇବ । ଏନେଇ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ପ୍ରଦାନ କରିଛନ୍ତି । ଏ ନେଇ ଅଧିକ ବିବରଣୀ ପ୍ରଦାନ କରିଛନ୍ତି ବୋର୍ଡ ଉପ- ସଭାପତି ନିହାର ରଞ୍ଜନ ମହାନ୍ତି । ୨୬ ତାରିଖ ସକାଳ ସାଢେ ୧୦ ଟାରେ ରେଜଲ୍ଟ ପ୍ରକାଣ ପାଇବ । ସକାଳ ସାଢେ ୧୧ଟାରୁ ବୋର୍ଡ ୱେବସାଇଟ http://bseodisha.ac.inରେ ରେଜଲ୍ଟ ଉପଲବ୍ଧ ହେବ ।
ତେବେ ଇଣ୍ଟରନେଟ ସୁବିଧା ନ ଥିଲେ ଏସଏମଏସ ଜରିଆରେ ରେଜଲ୍ଟ ଜାଣିହେବ । ୫୬୭୬୫୦ ରେ ଏସଏମଏସ କଲେ ମିଳିବ ରେଜଲ୍ଟ । ଅପରାହ୍ନ ୪ ସୁଦ୍ଧା ଡିଜିଟାଲ ସାର୍ଟିଫିକେଟ ଡାଉନଲୋକ କରିହେବ ବୋଲି ବୋର୍ଡ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଡିଜିଟାଲ ସାର୍ଟିଫେକେଟ କମ୍ପ୍ୟୁଟର କିମ୍ପା ଆଣ୍ଡ୍ରୋଏଡ ଫୋନ ଜରିଆରେ ଡାଉନଲୋଡ କରିହେବ । ଡିଜିଟାଲ ସାର୍ଟିଫିକେଟରେ ପ୍ରଧାନ ଶିକ୍ଷକଙ୍କ ଦସ୍ତଖତ ରହିବନି । ତେବେ ରି – ଚେକିଂ ପାଇଁ ୨୯ ତାରିଖରୁ ଆବେଦନ ହୋଇପାରିବ । ହଇସ୍କୁଲ ସାର୍ଟିଫିକେଟ ପାଇଁ ଆନଲାଇନରେ ଆବେନଦ କରିବାକୁ ହେବ ।