ପୋଲିସ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ: ୩ ନକ୍ସଲଙ୍କ ମୃତ୍ୟୁ

ମହାରାଷ୍ଟର : ମହାରାଷ୍ଟର ଗଡଚିରୋଲି ଜିଲ୍ଲାର ଭାମରାଗଡ ଜଙ୍ଗଲରେ ପୋଲିସ ଓ ନକ୍ସଲଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ୩ ନକ୍ସଲଙ୍କ ମୃତ୍ୟୁ ଘଟିଛି । ନିହତ ନକ୍ସଲମାନଙ୍କ ମଧ୍ୟରେ ଦୁଇଜଣ ମହିଳା ଅଛନ୍ତି । ପୋଲିସ ଜଣେ ପୁରୁଷ ଏବଂ ଦୁଇ ମହିଳା ନକ୍ସଲଙ୍କ ମୃତ ଦେହ ଉଦ୍ଧାର କରିଛି । ଗଡଚିରୋଲି ମହାରାଷ୍ଟ୍ରର ନକ୍ସଲ ପ୍ରଭାବିତ ଅଞ୍ଚଳ ମଧ୍ୟରୁ ଅନ୍ୟତମ । ଏଠାରେ ୨୦୨୪ ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ମତଦାନ ହୋଇଛି । ତେବେ ଗୁଳି ବିନିମୟ ବନ୍ଦ ହେବା ପରେ ସୁରକ୍ଷା ବାହିନୀ ଘଟଣାସ୍ଥଳରୁ ଗୋଟିଏ ଏକେ -୪୭ ରାଇଫଲ , ଗୋଟିଏ କାର୍ବାଇନ ଗନ ଏବଂ ଗୋଟିଏ ଆଇଏନଏସଏଏସ ରାଇଫଲ ଜବତ କରିଛନ୍ତି । ଏହି ଏନକାଉଣ୍ଡରରେ ନିହତ ଜଣେ ନକ୍ସଲଙ୍କୁ ଚିହ୍ନଟ କରାଯାଇଛି । ସେ ପେରିମିଲି ଦଲମର ପ୍ରଭାରୀ କମାଣ୍ଡର ବାସୁ ବୋଲି ସୂଚନା ରହିଛି । ଏନକାଉଣ୍ଟର ପରେ ପୋଲିସ ନକ୍ସଲମାନଙ୍କ ଅସ୍ତ୍ରଶସ୍ତ୍ର ବ୍ୟତୀତ ଅନ୍ୟାନ୍ୟ ଜିନିଷ ମଧ୍ୟ ଜବତ କରିଛି ।