ନୂଆଦିଲ୍ଲୀ: ପାଞ୍ଚ ବିଶିଷ୍ଟ ବ୍ୟକ୍ତିଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଚଳିତ ଥର ପାଞ୍ଚଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ପ୍ରଦାନ କରାଯାଇଛି । ପୂର୍ବତନ ପ୍ରଧନମନ୍ତ୍ରୀ ପିଭି ନରସିଂହ ରାଓ , କର୍ପୁରୀ ଠାକୁର, ଏମଏସ ସ୍ୱାମୀନାଥନ, ଚୌଧରୀ ଚରଣ ସିଂହଙ୍କୁ ମରଣୋତ୍ତର ଭାବେ ସମ୍ମାନୀତ କରାଯାଇଛି । ସେହିପରି ବିଜେପିର ବରିଷ୍ଠ ନେତା ଭାବେ ବିବେଚିତ ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀଙ୍କୁ ଦେଶର ସର୍ବେଚ୍ଚ ନାଗରିକ ପୁରସ୍କାର ଭାରତରତ୍ନ ସମ୍ମାନରେ ସମ୍ମାନିତ କରାଯାଇଛି ।ତେବେ ସେ ଅସୁସ୍ଥ ଥିବାରୁ ରବିବାର ଆଡଭାନୀଙ୍କୁ ତାଙ୍କ ବାସଭବନରେ ଭାରତ ରତ୍ନ ପ୍ରଦାନ କରାଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବିଜେପିର କିଛି ବଡ଼ ନେତାଙ୍କ ଉପସ୍ଥିତିରେ ଆଡଭାନୀଙ୍କୁ ସମ୍ମାନିତ କରାଯିବା ନେଇ ସୂଚନା ରହିଛି । ଏଥିରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ କର୍ପୁରୀ ଠାକୁରଙ୍କ ପୁଅ ରାମନାଥ ଠାକୁର ଉପସ୍ଥିତ ରହି ନିଜ ପିତାଙ୍କ ସମ୍ମାନ ଗ୍ରହଣ କରିଛନ୍ତି ।