ବିଷମ କଟକ/ରବିନ୍ଦ୍ର କୁମାର ସାହୁ: ଆଜି ରାୟଗଡ଼ା ଜିଲ୍ଲା ବିଷମ କଟକ ଘାଗୁଡ଼ିପଦର ଠାରେ ପ୍ରଗତି ସମବାୟ ସମିତି ତରଫରୁ ଇଫକୋ ସହାୟତାରେ ମାଗଣା ସ୍ଵାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଘାଗୁଡ଼ିପଦର ଗ୍ରାମ ଓ ଆଖପାଖ ଅଞ୍ଚଳର ପ୍ରାୟ ୧୦୮ ଜଣ ଆଦିବାସୀ ଲୋକଙ୍କୁ ମାଗଣା ଚିକିତ୍ସା କରାଯାଇ ଔଷଧ ବିତରଣ କରଯାଇଛି । ଏଥିରେ ମୁନିଗୁଡ଼ା ଗୋଷ୍ଟି ସ୍ଵାସ୍ଥ୍ୟ କେନ୍ଦ୍ରର ଡ଼ା.ଆଶିସ୍ କୁମାର ପଣ୍ଡା ସହଯୋଗରେ ରୋଗି ମାନଙ୍କ ଚିକିତ୍ସା କରଯାଇଛି ଓ ଏହି କାର୍ଯକ୍ରମ ରେ ପ୍ରଗତି ସମବାୟ ସମିତି ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ତପନ କୁମାର ବିଶ୍ଵାଳ, ଇଫକୋ କ୍ଷେତ୍ର ପରିଚାଳକ ତାପସ୍ ରଂଜନ ସାହୁ ,କୁଞ୍ଜବିହାରୀ ରାଉତ, ଇନ୍ଦ୍ରଜିତ କୁସଲିଆ, ନିହାର ରଞ୍ଜନ ରାଉତ ସମେତ ପ୍ରଗତି ସମବାୟ ସମିତିର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।