ପୌରପରିଷଦର ୱାର୍ଡ କାଉନସିଲରଙ୍କ ଦରମା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ରାଇରଙ୍ଗପୁର/ ସତ୍ୟାନାରୟଣ ପାଲ:  ମୟୂରଭଞ ଜିଲ୍ଲା ରାଇରଙ୍ଗପୁର ପୌରପରିଷଦର ୧୫ ଜଣ ୱାର୍ଡ କାଉନସିଲରଙ୍କ ଦରମା ନେଇ ଆଜି ୫ ଟି ସଚିବ ଭି.କେ ପାଣ୍ଡିୟାନଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ୱାର୍ଡ କାଉନସିଲର ମାନେ ପୌରପରିଷଦର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ କରି ଆସୁଛନ୍ତି । ଏପରିକି ଗ୍ରାମପଂଚାୟତର ସରପଂଚଙ୍କ ଠାରୁ ମଧ୍ୟ ଅଧିକ କାର୍ଯ୍ୟ କରୁଛନ୍ତି ତାଙ୍କୁ ମାସିକ କୌଣସି ପ୍ରସାହନ ରାଶି ମିଲୂନାହିଁ । ଏଣୁ ସେମାନେ ତାଙ୍କର ବିଭିନ୍ନ ସମସ୍ୟା ଓ ଅନ୍ୟାନ୍ୟ ଦାବି ନେଇ ଆଜି ୫ଟି ସଚିବ ଭି.କେ ପାଣ୍ଡିଆନଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି । ଏଣୁ ଯଥାଶିଘ୍ର ଅନ୍ୟ ମାନଙ୍କ ଦାବି ପୂରଣ ଯେମିତି ହୋଇଛି ସେମିତି ତାଙ୍କ ଦାବି ମଧ୍ୟ ପୂରଣ କରାଯାଉ ବୋଲି ଦାବି କରିଛନ୍ତି । ନଚେତ୍ ସେମାନେ କାଉନସିଲ୍ ମିଟିଂ କୁ ଯିବେ ନାହିଁ ବୋଲି ଚେତାନୀ ଦେଇଛନ୍ତି । ଉକ୍ତ ଦାବିପତ୍ର ଦେବା ସମୟରେ କାଉନସିଲର୍ ଅରୁଣ କୁମାର ପାଲ୍, ସୁକଦେବ ବେହେରା,  ସୁଶାନ୍ତ ମହାନ୍ତ, ଆରତୀ ମାରାଣ୍ଡି, ସୂର୍ଯ୍ୟମଣୀ ହାଁସଦାଃ, କ୍ରୀଷ୍ନାଦେବୀ ସ୍ୱାମୀ, ଦେବସ୍ମିତା ଡଗ୍ରା,ପୂର୍ନିମା ମହାନ୍ତ, ଦେବାଶିଷ ନାୟକ, ଆଲୋକ ରଞନ ମହାନ୍ତ, ସାଇରୁନ୍ ନିଶା, ଅନୁପ୍ ମହାନ୍ତି, ଧୀରା ବେଶ୍ରା,  ଚନ୍ଦ୍ରକାନ୍ତି ସେଠୀ ପ୍ରମୂଖ ଉପସ୍ଥିତ ଥିଲେ ।