ଜେଲରୁ ମୁକୁଳିଲେ ଆଦିବାସୀ ନେତା ଜିତୁ 

ଏହି ମାମଲାରେ ଜିତୁ ଗିରଫ ହୋଇ ଜେଲରେ ଥିଲେ

(ବିଷମ କଟକ/ ରବିନ୍ଦ୍ର କୁମାର ସାହୁ) : ଗତ ମାସରେ ମୁନିଗୁଡା ବ୍ଲକ୍ ଅନ୍ତର୍ଗତ ମୁନିଖୋଲ ପଞ୍ଚାୟତର ସକୋଟl ଗ୍ରାମଠାରେ ଥିବା ଗୋଷ୍ଟି ଉପ ସ୍ୱାସ୍ୱ କେନ୍ଦ୍ରଠାରେ ଡକ୍ଟର ଓ ଜିତୁ କ ମଧ୍ୟରେ ଗଣ୍ଡଗୋଳ ସହ ହାତl ହାତୀ ହୋଇ ଡକ୍ଟରଙ୍କୁ ମାରିବା ଘଟଣା ନେଇ ଏକ କେସ ମୁନିଗୁଡା ଥାନାରେ ମାମଲl ରୁଜୁ ହୋଇ ଥିଲା । ଏହି ମାମଲାରେ ଜିତୁ ଗିରଫ ହୋଇ ଜେଲରେ ଥିଲେ । ଦୀର୍ଘ  ପନ୍ଦର ଦିନ ପରେ ଆଜି ଜେଲ୍ ରୁ ବାହାରି ଛନ୍ତି ଜିତୁ ଜାକାସିକା  । ତାଙ୍କର ସମର୍ଥକ ମାନେ ଏକ ବିରାଟ ପୋଟୁଆର ରେ ପ୍ରଥମେ ମା ମର୍କମା ମନ୍ଦିର କୁ ଯାଇ ପୂଜା ଅର୍ଚ୍ଚନା କରି ବାହାରି ବିଷମ କଟକ ସଦର ପରିକ୍ରମା କରିଥିଲେ l  ଜିତୁ ଭାଇ ଜିନ୍ଦାବାଦ ନାରା ଦେଇଥିଲେ । ଏହି ଶୋଭାଯାତ୍ରାରେ ବୋହୁ BSP କର୍ମି ଓ ବହୁ ସମର୍ଥକ ଉପସ୍ଥିତ ଥିଲେ ।