କଳାହାଣ୍ଡି : ନର୍ଲା ଥାନା ଅନ୍ତର୍ଗତ ଭାଟେଲ୍ ଗାଁ ରେ ଅଭାବନୀୟ ଘଟଣା ଘଟିଛି । ଗାଁର ଚଚରା ପଡାର ରାମକୃଷ୍ଣ ରଣାଙ୍କୁ ପିଟି ପିଟି ହତ୍ୟା କରି ଥିବା ବେଳେ ଆଜି ସକାଳେ ତାଙ୍କ ମୃତଦେହ ଗାଁ ବିଲରେ ପଡ଼ିଥିବା ଦେଖି ବାକୁ ମିଳିଥିଲା । ତେବେ ଗାଁ ଦାଣ୍ଡରେ ତାଙ୍କର ଦୁଇ ଚପଲ ପଡ଼ିଥିବା ବେଳେ ନିକଟସ୍ଥ ଚାଷ ଜମିରେ ମୃତଦେହ ରକ୍ତ ଜୁଡୁ ବୁଡୁ ହୋଇ ପଡ଼ିଛି । ତାଙ୍କୁ ଧାରୁଆ ଅସ୍ତ୍ର ଓ ଲୁହାଛଡ଼ ରେ ଆକ୍ରମଣ କରାଯାଇଥିବା ଦେହର ଦାଗରୁ ଜଣା ପଡ଼ିଛି । ତାଙ୍କୁ କିଏ କାହିଁକି ଏଭଳି ନିର୍ମମ ହତ୍ୟା କରି ଫେରାର ମାରିଛି ତାହା ପୋଲିସ କରୁଛି ପୋଲିସର ଉଚିତ ତଦନ୍ତ ପରେ ଜଣାପଡ଼ିବ ।