ଭାଜପା କଟକ ନଗର ଜିଲ୍ଲା ତରଫରୁ ଦୁର୍ନୀତି ଗ୍ରସ୍ତ ମଦ ମାଫିଆଙ୍କୁ ତୁରନ୍ତ ଗିରଫ କରିବାକୁ ଦାବୀ

ଶିଳାଦିତ୍ୟ ପରିଡା/କଟକ: ଗତ କାଲି ଭାଜପା କଟକ ନଗର ଜିଲ୍ଲା ତରଫରୁ କଟକ ନଗର ଜିଲ୍ଲା ସଭାପତି ଲଲାଟେନ୍ଦୁ ବଡୁ ଓ ସଦର ଜିଲ୍ଲା ସଭାପତି ପ୍ରକାଶ ବେହେରାଙ୍କ ନେତୃତ୍ୱରେ ଅପରାହ୍ନରେ କଟକ ସବ କଲେକଟରଙ୍କ ଅଫିସ ସମ୍ମୁଖରେ ହିଁ ରେ କଂଗ୍ରେସର ଦୁର୍ନୀତି ଗ୍ରସ୍ତ ମଦ ମାଫିଆଙ୍କୁ ଅନୁକମ୍ପା କାରଣରୁ ରାଜ୍ୟ ସଭା ସାଂସଦ ଧୀରାଜ ସାହୁଙ୍କ ଘରୁ ମିଳିଥିବା ବିପୁଳ ବେନାମୀ କଳା ଟଙ୍କା ଏବଂ ଏହା ସହିତ ରାଜ୍ୟ ବିଜୁ ଜନତା ଦଳ ସରକାରଙ୍କ ଲିଙ୍କ ବିରୁଦ୍ଧରେ ଏକ ବିଶାଳ ବିକ୍ଷୋଭ ହୋଇଥିଲା । ବକ୍ତାମାନେ ଏ ଘଟଣାରେ ସମ୍ପୃକ୍ତ ରାଜ୍ୟ ପ୍ରଶାସନ ଓ ଶାସନରେ ଥିବା ସମସ୍ତ ବ୍ୟକ୍ତିଙ୍କୁ ତୁରନ୍ତ ଗିରଫ କରିବାକୁ ଦାବୀ କରିଥିଲେ । ଶେଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କଂଗ୍ରେସ ସାଂସଦ ଧୀରାଜ ସାହୁଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା । ବରିଷ୍ଠ ନେତା ନୟନ କିଶୋର ମହାନ୍ତି, ଅଂଶୁମାନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।