ଗଞ୍ଜାମ (ରଜନୀକାନ୍ତ ପାତ୍ର) : ରଙ୍ଗେଈଲୁଣ୍ଡା ବ୍ଲକ ନାରାୟଣ ପୁର ପଞ୍ଚାୟତ ସତ୍ୟନାରାୟଣପୁର ଅଙ୍ଗନବାଡ଼ି କେନ୍ଦ୍ରରେ ଚୋରି ହୋଇଥିବା ଦେଖିବାକୁ ମିଳିଛି l ଅଙ୍ଗନ ବାଡ଼ି କେନ୍ଦ୍ରରେ ଥିବା 2 ଟି ଗ୍ୟାସ , ହାଣ୍ଡି, ଚାଉଳ, ପରିବା, ଡାଲି, ଛତୁଆ, ପିଲାମାନଙ୍କର ଖେଳନା, ସବୁ ସାମଗ୍ରୀ ଚୋରି କରିକି ନେଇ ପଳାଇଛନ୍ତି l ଅଙ୍ଗନବାଡ଼ି ଦିଦି ଡ଼ିଉଟି ସାରି ଘରକୁ ଫେରିଥିଲେ l ଯେହେତୁ ରବିବାର ଓ ସୋମବାର ସ୍କୁଲ ଛୁଟି ଥିଲା ଦୁଇ ଦିନ ଆସିନଥିଲେ l ଡ଼ିଉଟି ଆସି ଦେଖିଲା ବେଳକୁ ତାଲା କାଟି ଦୁର୍ଭତ ଚୋରି କରି ସାମଗ୍ରୀ ନେଇ ପଳାଇଛି l ତୁରନ୍ତ ପଲିସକୁ ଲିଖିତ ଭାବେ ଏଫ ଆଇ ଆର ଦେଇଥିଲେ l କିଛି ସମୟ ପରେ ପୋଲିସ ପହଞ୍ଚି ତନାଘନ କରି ବୟାନ ନେଇଥିଲେ lପୋଲିସ ତନାଘନ ଜାରିରଖିଛି lଦେଖିବାକୁ ବାକିରହିଲା ଯେ ଚୋରକୁ କେବେ କାବୁ କରୁଛନ୍ତି ପୋଲିସ l